Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ପୋଲିସକୁ ବଡ ସଫଳତା ବିଭିନ୍ନ ଥାନା ଇଲାକାରୁ ଲୁଟେରା ଗ୍ୟାଙ୍ଗର ୯ ଜଣ...

ଗଞ୍ଜାମ ଜିଲ୍ଲା ପୋଲିସକୁ ବଡ ସଫଳତା ବିଭିନ୍ନ ଥାନା ଇଲାକାରୁ ଲୁଟେରା ଗ୍ୟାଙ୍ଗର ୯ ଜଣ ସଦସ୍ୟ ଗିରଫ

304
ADVERTISEMENT

ଛତ୍ରପୁର,୩ା୧(ଡ଼ି.ଏଚ୍/ସୁଦାମ ମହାରଣା ): ଗଞ୍ଜାମ ପୋଲିସ ଜିଲ୍ଲା ର ବିଭିନ୍ନ ଥାନା ଅଧିନରେ ଘଟିଥିବା ଲୁଟ୍ ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରଜେଶ କୁମାର ରାଏ ଆଜି ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଯୋଗି ଗୌଡ,ସୁନିଲ ମହାନ୍ତି, ତନୁଜା ସ୍ବାଇଁ, ମନୋଜ ଗୌଡ, ସଞ୍ଜୟ ନାହାକ, ଆଦିତ୍ୟ ପଲେଇ, ଅଶ୍ବିନୀ ଗୌଡ, ଶିବରାମ ଦାଶ,ଭରତ ପ୍ରଧାନ ।ସେମାନଙ୍କ ଠାରୁ ୪ଟି ଦେଶିପିସ୍ତଲ,ଗୋଟିଏ ଖେଳନା ପିସ୍ତଲ,୧୪ଟି ଜିବନ୍ତ ଗୁଳି, ଛୁରୀ, ଖଣ୍ଡା ସହ ୧୬ଟି ମୋବାଇଲ ଓ ୪ଟି ମଟର ସାଇକେଲ ଜବତ ହୋଇଛି । ଅଭିଯୁକ୍ତ ମାନେ ଅନ୍ନପୂର୍ଣ୍ଣା ଫାଇନାନ୍ନ କମ୍ପାନୀ ଓ ବିଭିନ୍ନଘରୋଇ ଫାଇନାନ୍ନ କମ୍ପାନୀର କର୍ମଚାରୀଙ୍କୁ ପିସ୍ତଲ ମୁନରେ ଭୟଭୀତ କରିବା ସହ ଆକ୍ରମଣ କରି ଟଙ୍କା ଲୁଟ୍ କରୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର୯ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଏ ସୂଚନା ଦେଇଛନ୍ତି । କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ପାଟପୁର, ଫୁଲବାଣୀ ଆଦି ଥାନା ଇଲାକାରେ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଦୀର୍ଘ ଦିନ ଧରି ଦିନ ଦିପହରେ ଲୁଟ୍ କରୁଥିଲେ। ଜେରା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର,ଡିଏସପି ହେଡ କ୍ବାର୍ଟର ଉତ୍କଳ କେଶରୀ ଦାଶ,ଡିଏସପି ସଞ୍ଜୟ ମହାପାତ୍ର, ଛତ୍ରପୁର ଏସଡିପି ଓ ଗୌତମ କିଶାନ୍,ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ,ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ପ୍ରଧାନ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଗାଙ୍ଗପୁର ଧୀରେଶ ଦାସଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Advertisement