Friday, November 20, 2026
ADVERTISEMENT
Home ଆଞ୍ଚଳିକ ନୂତନ ବର୍ଷରେ ନାରାୟଣ ସେବା

ନୂତନ ବର୍ଷରେ ନାରାୟଣ ସେବା

255
ADVERTISEMENT

ବ୍ରହ୍ମପୁର,0୧/0୧(ଡି.ଏଚ/ଈ.ରଞ୍ଜନ) : ସ୍ଥାନୀୟ ବିଜିପୁର ନାଇଡୁ ସାହି ପାତ୍ର କଲୋନୀ ଠାରେ ସ୍ବର୍ଗତ ଏସ ସୀମାଦ୍ରୀ ପାତ୍ରଙ୍କ ସମୄତି ଉଦ୍ଧେଶ୍ୟରେ ପ୍ରତିବର୍ଷ ଭଳି ନୂତନ ବର୍ଷ 0୧/0୧/୨୦୨୦ ତାରିଖରେ ଏହି ସୀମାଦ୍ରୀ ପାତ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା l ସେ ଯେପରି ନିସ୍ଵାର୍ଥପର ଭାବେ ଗରିବ, ବିକଳାଙ୍ଗ, ଅନାଥ ନାରାୟଣ ମାନଙ୍କୁ ଖାଦ୍ୟ ଲୁଗା ବଣ୍ଟନ କରୁଥିଲେ l ତାଙ୍କରି ପାଦ ଅନୁସରଣ କରି ତାଙ୍କରି ସ୍ତ୍ରୀ ଏସ.ମହାଲକ୍ଷ୍ମୀ ପ୍ରତିବର୍ଷ ନୂତନ ବର୍ଷରେ ଗରିବ ବିକଳାଙ୍ଗ ,ଅନାଥ ମାନଙ୍କୁ ଅର୍ଣ୍ଣଦାନ ବସ୍ତ୍ରଦାନ କରି ଆସୁଛନ୍ତି l ଚଳିତ ବର୍ଷ 0୧/0୧/୨୦୨୦ତାରିଖରେ ମଧ୍ୟ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ୱ ନାରାୟଣ ଯୋଗ ଦେଇଥିଲେ l ସେମାନଙ୍କୁଅର୍ଣ୍ଣଦାନ ,ସିତ ବସ୍ତ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପରିଚାଳନାରେ ଏସ ଭେଙ୍କଟ ରମଣ, ଏସ ପ୍ରଭାକର ସହଯୋଗ କରିଥିଲେ l

Advertisement