ବାଲିଗୁଡ଼ା,୩୧।୧୨( ଡି.ଏଚ /ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କିଛି ଦିନ ପୂର୍ବରୁ ସକାଳ ସମୟରେ ଘରୁ ଡ଼ାକି ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ୨ ଦୁର୍ବୁତ୍ତ ଫେରାର ହୋଇଥିଲେ ଦୁର୍ବୁତ୍ତଙ୍କୁ ଧରିବାରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷ ଅଧିକାରୀ ମାନସ ରଞ୍ଜନ ବାରିକ ଓ ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ହୋଇ ଷଡଯନ୍ତ୍ରକାରି ଓ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ଏହି ଅଭିମନ୍ୟୁ କ୍ରିୟାନୁଷ୍ଠାନ ତରଫରୁ ସଭାପତି ଶ୍ରୀକାନ୍ତ ମଳିକ, ଆବାହକ ଜିଆଉଦିନ ଅହମ୍ମଦ ଓ କମିଟି ସମସ୍ତ ସଭ୍ୟ ଉପସ୍ଥିତ ରହି ଆରକ୍ଷ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

















