Friday, November 20, 2026
ADVERTISEMENT
Home ଆଞ୍ଚଳିକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦ

318
ADVERTISEMENT

ବାଲିଗୁଡା,୩୦।୧୨(ଡି.ଏଚ/ସୁରେଶ ପଣ୍ଡା ): ଭୁବନେଶ୍ୱରର ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବାଲିଗୁଡ଼ା ସହରର ସାମ୍ବାଦିକ ସଙ୍ଘ ପକ୍ଷରୁ ନିନ୍ଦା କରାଯାଉଛି । ବେଆଇନ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସୁରକ୍ଷାକର୍ମୀ ସାମ୍ବଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା । ଏହି ଘଟଣାର ଦୃଢ଼ ପ୍ରତିବାଦ କରିବା ସହିତ ବାଲିଗୁଡ଼ା ସହରର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଏଭଳି ଘଟଣାଗୁଡ଼ିକ ଉପରେ ଦୃଷ୍ଟାନ୍ତମୂଳକ ଉଧେଶ୍ୟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବାଲିଗୁଡା ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭାରେ ବାଲିଗୁଡ଼ାର ବରିଷ୍ଠ ସାମ୍ବାଦିକ ପ୍ରକାଶ ନାୟକ, ଅସିତ ବେହେରା, ମନୋଜ ପଣ୍ଡା, ଭଗବତୀ ପ୍ରସାଦ ସାବତ, ମନରଞ୍ଜନ ରାୟ, ଇସାକ ପ୍ରଧାନ, ସଞ୍ଜୟ ପାତ୍ର, ଚିତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement