Friday, November 20, 2026
ADVERTISEMENT
Home ଆଞ୍ଚଳିକ କୀଟନାଶକ ଔଷଧ ମିଶ୍ରିତ ଚାଉଳ ଖାଇ ୩ଜଣଙ୍କ ମୃତ୍ୟୁ

କୀଟନାଶକ ଔଷଧ ମିଶ୍ରିତ ଚାଉଳ ଖାଇ ୩ଜଣଙ୍କ ମୃତ୍ୟୁ

277
ADVERTISEMENT

ଦିଗପହଣ୍ଡି,୨୯ା୧୨(ଡି.ଏଚ/ପ୍ରଫୁଲ୍ଲ ସାବତ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଶିଶୁ ମୃତ୍ୟ ଘଟଣା। ସୂଚନା ଅନୁସାରେ ବି.ତୁରୁବୁଡି ଗ୍ରାମର ମୋହନ ରେଡ୍ଡିଙ୍କ ଗୁରୁବାର ଦିନ ଧାନ ମିଲିଙ୍ଗ କରି ଆଣିଥିବା ଚାଉଳ ବସ୍ତାରେ ପୋକ ନଲାଗିବା ପାଇଁ କୀଟନାଶକ ଔଷଧ ପ୍ୟାକେଟ ରଖିଥିଲେ। ଉକ୍ତ ବସ୍ତାରୁ ରାତିରେ ଖାଇସାରି ମାଆ, ଆଇ ଓ ୩ଛୁଆ କବାଟ ଝରକା ବନ୍ଦ କରି ସୋଇପଡିଥିଲେ। ସକାଳୁ ଉଠି ଘରଲୋକ ଦେଖିଲା ବେଳେ ୩ନାତୁଣୀ ଅଚେତ ହୋଇ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ସଙ୍କଟାପନ୍ନ ହେବା କାରଣରୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ଚିକିତ୍ସାଳୟ ନେବା ରାସ୍ତାରେ ଟିକିନାଙ୍କ ମୃତ୍ୟ ଘଟିଥିଲା। ତାପରେ ମେଡିକାଲରେ ସୋମାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା। ଆଜି ବର୍ଷା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ହୋଇଥିବା ଜଣାପଡିଛି। ତାର ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ନିଆଯାଉଥିବା ଜଣାଯାଇଅଛି।

Advertisement