ବ୍ରହ୍ମପୁର,୨୬।୧୨(ଡି.ଏଚ/ହିମାଂଶୁ ପାଢୀ ): ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଲକର ମହତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଉଦଘାଟନ କରିଥିଲେ । ଏହି ଶିବିର ବିଶାଖାପାଟଣା ଇଣ୍ଡୋଶ ମେଡିକାଲ ପକ୍ଷରୁ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକ ଆସି ବିଭିନ୍ନ ରୋଗର ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏହି ଶିବିରକୁ ଶେରଗଡ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ ପରିଚାଳନା କରୁଥିଲେ।

















