ବ୍ରହ୍ମପୁର,୨୫।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) :ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଡେଙ୍ଗାଡି ମୁଖ୍ୟ ରାସ୍ତା ରମୁଣି ଛକ କଲଭଟ ତଳୁ ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର।
ମୃତକ ଜଣଙ୍କ ହେଲେ ପଥରପୁଞ୍ଜି ବୁଦ୍ଧିରାମ ମହାରଣା।ସେ ନୟାଗଡ଼ରୁ ଆସି ଗଞ୍ଜାମରେ କିଛି ବର୍ଷ ହେଵ ରହୁଥିଲେ ସେ ମନ୍ଦିର କାର୍ଯ୍ୟରେ ବହୁବର୍ଷ ଧରି ଲିପ୍ତ ଥିଲେ । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ମୃତୁର ପ୍ରକୃତ କାରଣ ଅସ୍ୱଷ୍ଟ।।
















