Friday, November 20, 2026
ADVERTISEMENT
Home ଆଞ୍ଚଳିକ ସମବାୟ ସମିତି କୋଠା ଉଦଘାଟନ କଲେ ବାଚସ୍ପ

ସମବାୟ ସମିତି କୋଠା ଉଦଘାଟନ କଲେ ବାଚସ୍ପ

630
ADVERTISEMENT

କୁକୁଡାଖଣ୍ଡି,୨୫।୧୨(ଡି.ଏଚ/ଇ.ରଞ୍ଜନ ): ବାଚସ୍ପତି ସୂଯ୍ୟନାରାୟଣ ପାତ୍ର ଦକ୍ଷିଣପୁର ସେବା ସମବାୟ ସମିତିର 5ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠାକୁ ଉଦଘାଟନ କରିଛନ୍ତି। ସେବା ସମବାୟ ସମିତି ଦ୍ୱାରା ଚାଷୀ ମାନେ ସୁବିଧାରେ ଧାନ ବିକ୍ରି କରିବା ସହ ନିଜର ହକ ମଧ୍ୟ ପାଇ ପାରିବେ ବୋଲି ବାଚସ୍ପତି କହିଛନ୍ତି । ସମିତି ସଭାପତି ସନ୍ତୋଷ ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ଚେୟାରମେନ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ଏଆରସିଏସ ଶିବପ୍ରସାଦ ସ୍ବାଇଁ,ଡିଆରସିଏସ ବିଶ୍ବରଂଜନ ଦାସ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ପାଇକାରି ଭଣ୍ଡାର ସଭାପତି ସୁଧୀର ରାଉତ, ପୂର୍ବତନ ବିଡ଼ିଏ ଅଧକ୍ଷ କୈଳାଶ ରଣ, ସୋସାଇଟି ସେକ୍ରେଟାରୀ ରମେଶଚନ୍ଦ୍ର ପ୍ରଧାନ, ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ଯୋଗାଣ ନୀରିକ୍ଷକ ପ୍ରଶାନ୍ତ ରାଓ, ରଘୁପାତ୍ର, ରଜିତ ପାତ୍ର, ଗୋବିନ୍ଦ ଗୌଡ଼, ଅନିଲ ଗୌଡ଼, କାନ୍ହୁ ପାତ୍ର, ରାଧାମୋହନ ସେଠି,କୁଞ୍ଜ ଗୌଡ,ଜାଗିଲି ଦାସ,ରବିନ୍ଦ୍ର ପଣ୍ଡା,ଭଗବାନ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

Advertisement