ବ୍ରହ୍ମପୁର,୨୪/୧୨,(ଡି.ଏଚ ) :ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ସୂର୍ଯ୍ୟପରାଗ ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଛୁଟି ନେଇ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ । ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ହେବ । ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୬ ଓ ଜୁଲାଇ ୨ରେ ଆଂଶିକ ସୂର୍ଯ୍ୟପରାଗ ହୋଇଥିଲା । ଓଡ଼ିଶାବାସୀଙ୍କ ପାଇଁ ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୨୦ ମିନିଟରେ ଆରମ୍ଭ ହୋଇ ୧୦ଟା ୨୮ ମିନିଟରେ ଶେଷ ହେବ । ଏନେଇ ଡିସେମ୍ବର ୨୫ ବୁଧବାର ସନ୍ଧ୍ୟା ୫ଟା ୩୧ ମିନିଟରୁ ପାକ ନିଷେଦ୍ଧ ହେବ ।

















