Friday, November 20, 2026
ADVERTISEMENT
Home ଆଞ୍ଚଳିକ ଇନ୍ସସ୍ଟୁଟ ଅଫ ଆଇଡ଼ିଆ କମ୍ପୁଟର ଏକାଡ଼େମୀର ୮ତମ ବର୍ଷିକୋତ୍ସବ

ଇନ୍ସସ୍ଟୁଟ ଅଫ ଆଇଡ଼ିଆ କମ୍ପୁଟର ଏକାଡ଼େମୀର ୮ତମ ବର୍ଷିକୋତ୍ସବ

285
ADVERTISEMENT

ଆସିକା,୨୪/୧୨(ଡି.ଏଚ/ଗୁରୁ ପ୍ରସାଦ ): ବାଣୀବିହାରସ୍ଥିତ ଲାୟନ୍ସ କ୍ଳବ ଠାରେ institute of ideal Computer Academy ର 8ମ ତମ ବର୍ଷିକୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ତଥା ସମ୍ମାନିତଅତିଥି ଭାବେ ଆସିକା ସ୍ଥିତ ମେକ-ମାଇକେଲ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଦାସ ଯୋଗ ଦେଇଥିଲେ। ତତ୍ପରେ ମୁଖ୍ୟପରିଚାଳକ ଶ୍ରୀମାନ ସୁରେଶ କୁମାର ପାତ୍ରଙ୍କ ମାର୍ଗଦର୍ଶନ ଏବଂ ସଭାପତି ଶ୍ରୀମାନ କାଳୁଚରଣ ପାତ୍ରଙ୍କ ପୂର୍ଣ ସହଯୋଗରେ କାର୍ଯ୍ୟକ୍ରମଟି ମହାଡମ୍ବରରେ ପରିପାଳିତ ହେଲା।
କାର୍ଯ୍ୟକ୍ରମରେ ପରିଚାଳକଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ସହ ପିଲାଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ପରେ ପୁରସ୍କାର ବିତରଣ ସହ ମୂଖ୍ୟ ଅତିଥି ଏବଂ ସମ୍ମାନିତଅତିଥି ଉଭୟେ ଶିକ୍ଷାର ଅଗ୍ରସର ନିମନ୍ତେ କିଛି ମନ୍ତ୍ର ଦେଇଥିଲେ। ଅନୁଷ୍ଠାନର ଶିକ୍ଷକ ଶ୍ରୀମାନ ସୁନିଲ କୁମାର ସାହୁ,ମନୋଜ କୁମାର ସାହୁ,ସୁଧାକର ସ୍ୱାଇଁ ଏବଂ ବହୁସଂଖ୍ୟକ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳୀକୃତ କରିଥିଲେ ।
ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ପୋଲସରା BDO ଶ୍ରୀ ଶମ୍ଭୁନାଥ ନନ୍ଦିଙ୍କୁ ଗଞ୍ଜାମ ଜିଲ୍ଲାପାଳ ପୁରସ୍କୃତ କରିଥିବା ହେତୁ ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମାନ୍ୟବର ସାଂସଦ ଆସ୍କା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ମାନ୍ୟବାର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ BDO ଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Advertisement