ବ୍ରହ୍ମପୁର,୨୩।୧୨:(ଡି.ଏଚ/ଇ.ରଞ୍ଜନ ) : ବ୍ରହ୍ମପୁର ସ୍ଥାନୀୟ ହିଲପାଟଣା ନେହୁରୁପାର୍କ ସ୍ଥିତ ମାତୃଶ୍ରୀ ଏଙ୍ଗଲୋ ବେଦିକ ବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବରେ ସ୍କୁଲ ରଙ୍ଗମଞ୍ଚରେ ଆଧୁନିକ ଗୀତ, ସମ୍ବଲପୁରୀ,ଓଡିଶୀ ନୁର୍ତ୍ୟୁରେ ଝୁମିଲେ ବିଦ୍ୟାଳୟ ଛାତ୍ରଛାତ୍ରୀ l ଅଭିଭାବକ ମାନେ ନିଜ ପିଲାଙ୍କ ଡାନ୍ସରେ ମନମୁଗ୍ଧ ହସଖୁସିରେ ମଜବୁଲ ଥିଲେ l ଏଥିରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ଅଭିଭାବକ ମାନଙ୍କୁ ପିଲା ମାନଙ୍କୁ ସ୍ୱଳ୍ପପରିମାଣରେ ଦୃଷ୍ଟି ଦିଅନ୍ତୁ ଏବଂ ସିନେମା, ସିରିଏଲ, ଠାରୁ ଦୂରରେ ରଖିବା ନିମନ୍ତେ ଅବଗତ କରିଥିଲେ l କାରଣ ଆଜିର ଯୁବପିଢ଼ି ସିନେମାରେ ଅଭିନୟ ଜଗତ ଆଡକୁ ଗତିକରୁଛନ୍ତି ଏହା କଲେ ପିଲାମାନେ ସମ୍ପୂର୍ଣ୍ଣ ଭାବେ ପାଠରେ ମନ ନଦେଇ ପଥ ଭ୍ରଷ୍ଟ ହୋଇ ପୁରାନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଉଛି l ତେଣୁ ପିଲାଙ୍କ ହlବଭାବକୁ ଦୃଷ୍ଟି ଦେବା ନିମନ୍ତେ ଅନୁରୋଧ କରିଥିଲେ l ଏବଂ ଛାତ୍ରଛାତ୍ରୀଙ୍କ ଉର୍ନ୍ନତି ଭବିଷ୍ୟତ ବିଷୟରେ ମଞ୍ଚରେ ଉଦବଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ପ୍ରଫେସର ତଥା ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଅଧକ୍ଷ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଥିଲେ l ଏବଂ ଏମଏଭି ବିଦ୍ୟାଳୟର ଅଧକ୍ଷ ରାମଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ସ୍କୁଲ ସଭାପତି ପ୍ରକାଶ ପଣ୍ଡା ଓ ସମ୍ପାଦକ କୁମୁଦ ରଞ୍ଜନ ପାଢୀଙ୍କ ସହ ପରିଚାଳନା କମିଟି ଲୋକନାଥ ବ୍ରହ୍ମl, ରୀତିକ ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ଚଳିତ ବର୍ଷ ୧0ମ ଶ୍ରେଣୀ ଆଇସି.ଏସ.ଇ ପରୀକ୍ଷା ରେ ୯0% ରଖି ଉତୀର୍ଣ୍ଣ ହଇଥିବା ଛାତ୍ର ଉମେଶ ପଣ୍ଡାଙ୍କୁ ଅତିଥି ପୁରସ୍କୃତ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ପାଢୀ, ଦିବ୍ୟସିଂ ମିଶ୍ର, ସଂଯୁକ୍ତା ମିଶ୍ର, ପ୍ରଗତି ପତlଳ, ନୀଳମାଧବ ରଥ, ତପନ ପାତ୍ର, ଆର.କେ. ଗୁପ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l


















