ବ୍ରହ୍ମପୁର,୨୩।୧୨:(ଡି.ଏଚ/ସଞ୍ଜୟ ପଟନାୟକ ) : ଆଙ୍କୋଲି ଲକ୍ଷ୍ମୀନାରାୟଣନଗର ସ୍ଥିତ ୱାଣ୍ଡର୍ ଷ୍ଟାର୍ଜ ପ୍ଲେ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶଶିଭୂଷଣନଗର ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇ ମାତୃଭାଷାର ସୁରକ୍ଷା ସହ ଇଂରାଜୀ ଶିକ୍ଷା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଦେଶ ବିଦେଶରେ କ୍ୟାରିୟର୍ ଗଠନ କରିବାକୁ ହେଲେ ଉନ୍ନତ ଇଂରାଜୀ ଶିକ୍ଷାର ଆବଶ୍ୟକତା ରହିଛି । ୱାଣ୍ଡର୍ ଷ୍ଟାର୍ଜ ପ୍ଲେ ଆଣ୍ଡ ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ଦିବାକର ପାତ୍ର ଓ ନିର୍ଦ୍ଦେଶିକା ତ୍ରିବେଣୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇ ମହିଳା ମାନେ ଶିକ୍ଷିତ ହେଲେ ପିଲାମାନେ ପାଠପଢାରେ ବିକାଶ କରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଖବରକାଗଜ ପ୍ରମେୟର ଡିଜିଏମ୍ ଅମ୍ବିକା ପ୍ରସାଦ ଦାଶ ଯୋଗ ଦେଇ ପିଲାମାନଙ୍କୁ ମୋବାଇଲ୍ ଠାରୁ ଦୁରେଇ ରଖିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେବା ସହ ବିଦ୍ୟାଳୟର ଉନ୍ନତିକାମନା କରିଥିଲେ । ଓଡ଼ିଆ ଭାଷାର ଉନ୍ନତି ସହ ଇଂରାଜୀ ଶିକ୍ଷା ଦ୍ୱାରା ସଂପୂର୍ଣ୍ଣ ଶିକ୍ଷାପ୍ରାପ୍ତି ହୁଏ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ କେ. କୃଷ୍ଣମୃର୍ତି ଆଧ୍ୟାତ୍ମିକ ଚେତନା ଦ୍ୱାରା ଶିକ୍ଷାର ଉନ୍ନତି ହୁଏ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ଡ଼େପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ବିଜେଡି ବରିଷ୍ଠ ନେତା ଉମାରଚଣ ନାୟକ, ସମାଜସେବୀ ଭାଗିରଥୀ ମହାରଣା, ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ, ପୂର୍ବତନ ଏନଜିଓ ସଭାପତି ରଜନୀକାନ୍ତ ମଣ୍ଡଳ, ପୂର୍ବତନ ସିଆରସିସି ପ୍ରସନ୍ନ ପ୍ରଧାନ, ପୂର୍ବତନ କର୍ପୋରେଟର ଶାନ୍ତି ଦାସ ପ୍ରମୁଖ ଯୋଗ ଦେଇଥିଲେ ଭଲ ପାଠ ପଢି ବିଦ୍ୟାଳୟର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଲାଇଫ୍ ଲାଇନ୍ ସଭାପତି ତଥା ଅନୁପମ ଭାରତର ସ୍ୱତନ୍ତ୍ର ପ୍ରତିନିଧି ଏଲ୍. ସୁଦାମ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଆଙ୍କୋଲି ୱାଣ୍ଡର୍ ଷ୍ଟାର୍ଜ ପ୍ଲେ ସ୍କୁଲର ନିର୍ଦେଶକ ଏଲ୍. ପ୍ରଭାସ ଦାସ, ଏଲ୍. ଗଣେଶ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା କେ. ବାସନ୍ତୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାମନ୍ତ, ଅନିତାରାଣୀ ଦାସ, ସୁନୀତା ନାୟକ, ଏଲ୍ . ପ୍ରୀତି ଦାସ, ମୌସୁମୀ ପଣ୍ଡା, ଦୀପ୍ତିମୟୀ ଦଳବେହେରା,କେ .କୂରେସ ଦାସ , ଡି. ସନ୍ତୋଷ ଦାସ, ପ୍ରଶାନ୍ତ ମହାରଣା, ଏଲ୍. ପ୍ରମୋଦ ଦାସ, ଏଲ୍. ସୁଶାନ୍ତ ଦାସ, ରଞ୍ଜିତ ପାତ୍ର, ପ୍ରତିଭା ନେପାକ, ଗିତାଞ୍ଜଳି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

















