Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ଡାକ୍ତର ନାହିଁ, ରୋଗୀ ହନ୍ତସନ୍ତ

ଡାକ୍ତର ନାହିଁ, ରୋଗୀ ହନ୍ତସନ୍ତ

332
ADVERTISEMENT

ଫିରିଙ୍ଗିଆ, ୨୪/୬(ଡ଼ି ଏଚ ବି )-ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହନ୍ତି। ଏହି ମେଡିକାଲ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତବାସୀ ଚିକିତ୍ସା ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ମେଡିକାଲରେ ନିଯୁକ୍ତି ପାଇଥିବା ଡାକ୍ତର ଜେ.ସାଇ ରଜତଙ୍କୁ ୩ ମାସ ତଳେ ଫିରିଙ୍ଗିଆସ୍ଥିତ ସିଏଚ୍‌ସି ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି। ମାତ୍ର ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଜଜେଶିପଙ୍ଗା, ଡିମିରିଗୁଡା ଓ ନୂଆପଦର ପଞ୍ଚାୟତର ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଲୋକେ ଏବେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏବେ ସେଠାରେ କେବଳ ଜଣେ ଫାର୍ମାସିଷ୍ଟ ରଞ୍ଜନ ସ୍ବାଇଁ ରହି ଚିକିତ୍ସା କରୁଛନ୍ତି। ଅଞ୍ଚଳବାସୀ କୌଣସି ରୋଗରେ ପଡିଲେ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାକୁ ଆସି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି କରିବାକୁ ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ ଦାବି କରିଛନ୍ତି।

Advertisement