Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

367
ADVERTISEMENT

ବ୍ରହ୍ମପୁର,୨୩।୧୨:(ଡି.ଏଚ /ଇ.ରଞ୍ଜନ) : ସ୍ଥାନୀୟ ବିନାୟକ କଲେଜ ପଡିଆ ଠାରେ ଜୁନିଅର କ୍ରିକେଟ କ୍ଲବ ତରଫରୁ ୪ର୍ଥ ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ 22 ତାରିଖରୁ ଆରମ୍ଭ ହୋଇ 29 ତାରିଖ ରେ ଶେଷ ହେବ l ଏଥିରେ ୮ଟି ଦଳ ଭାଗ ନେଇଛନ୍ତି l ରାମେଶ୍ୱର କ୍ରିକେଟ କ୍ଲବ, ରୟଲ କ୍ରିକେଟ କ୍ଲବ, ଅକ୍ସଫୋର୍ଡ ସ୍ପୋର୍ଟିଂଗ କ୍ଲବ, ଖଲ୍ଲିକୋଟ କ୍ରିକେଟ କ୍ଲବ, ଜୁନିଅର କ୍ରିକେଟ କ୍ଲବ, ମହମ୍ମଦ କ୍ରିକେଟ କ୍ଲବ, ଆଲଫl ସ୍ପୋର୍ଟିଂଗ କ୍ଲବ ଓ ଲିଡ଼ସ ସ୍ପୋର୍ଟିଂଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ l ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତ୍ତନ ବିଧ୍ୟାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରି ଏହି ଟୁର୍ନାମେଣ୍ଟକୁ ଉଦଘାଟିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତ୍ତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତ୍ତନ କର୍ପୋରେଟର ଦଣ୍ଡପାଣି ନାୟକ, ରାଜେସ୍ୱର ରେଡି, ବଡ଼ବଜ଼ାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ସମାଜ ସେବି ଲଲିତ ମଙ୍ଗରାଜ, ବେଜେଡି ସଦସ୍ୟ ଖଲିଲ ଅହମ୍ମଦ, ଅସିତ ସାବତ ପ୍ରମୁଖ ଉପସ୍ଥିତ ଥିଲେ l

ଆଜିର ପ୍ରଥମ ମେଚ ବ୍ରହ୍ମପୁର ରାମେଶ୍ୱର ସ୍ପୋର୍ଟିଂଗ କ୍ରିକେଟ କ୍ଲବ ବନାମ ରୟଲ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ରୟଲ କ୍ରିକେଟ କ୍ଲବ ଟସ ଜିତି ବୋଲିଂଗର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ତ 20 ଓଭର ମ୍ୟାଚ ଖେଳି ରାମେଶ୍ୱର ସ୍ପୋର୍ଟିଂଗ କ୍ଲୁବ ୭ଟି ଉଇକେଟ ହରାଇ 177 ରନ କରିଥିଲେ l ଦଳପକ୍ଷରୁ ସୁନୀଲ ପାଣିଗ୍ରାହୀ 42 ବଲ ଖେଳି 67 ରନ ଓ ସାଗର ପଣ୍ଡା 35 ବଲ ଖେଳି 41 ରନ କରିଥିଲେ l ରୟଲ କ୍ଲୁବ ପକ୍ଷରୁ ବୋଲିଂଗରେ ସହଦେଵ ସେଠି ଓ ପ୍ରବୀଣ ଦୁଇ ଦୁଇଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ରୟଲ କ୍ରିକେଟ କ୍ଳବ ସମସ୍ତ ଉଇକେଟ ହରାଇ ମାତ୍ର 111 ରନ କରିଥିଲେ l ଦଳପକ୍ଷରୁ ଉମା ମହେଶ୍ୱର 32 ବଲ ଖେଳି 31 ରନ କରିଥିଲେ l ରାମେଶ୍ୱର ତରଫରୁ ବୋଲିଂଗରେ ଆଶିଷ ଦଳେଇ ଓ ରମାକାନ୍ତ ମହାପାତ୍ର ଦୁଇ ଦୁଇ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଏହି ମେଚକୁ ରାମେଶ୍ୱର ଦଳ 66 ରନରେ ମ୍ୟାଚ ଜିତିନେଇଥିଲା l ଆଜିର ମ୍ୟାଚରେ ମେନଅଫଦା ମେଚ ଭାବେ ସୁନୀଲ ପାଣିଗ୍ରାହୀ ହୋଇଥିବା ବେଳେ ଏମ୍ପାରେ ଭାବେ ରଞ୍ଜନ କୁମାର ସାହୁ ଓ ଦିନାବନ୍ଧୁ ଚୌଧୁରୀ ଓ ସ୍କୋରର ଭାବେ ମନୋଜ କୁମାର ବେହେରା ମ୍ୟାଚକୁ ପରିଚାଳନା କରିଥିଲେ l କାଲିର ଦ୍ୱିତୀୟ ମ୍ୟାଚ ଅକ୍ସଫୋର୍ଡ ସ୍ପୋର୍ଟିଂଗ କ୍ଳବ ବନାମ ଖଲ୍ଲିକୋଟ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ l

Advertisement