କୋଦଳା,୨୨।୧୨(ଡି.ଏଚ/ହିମାଂଶୁ ପାଢ଼ୀ) : ଏହି ବ୍ଲକ୍ ଅନ୍ତର୍ଗତ ରାଜପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ରୁଦ୍ର ନାରାୟଣ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା ଅତିଥି ଭାବେ ଯୋଗଦେଇ ଭଲ ମନୁଷ୍ୟ ହେବା ପାଇଁ ଚରିତ୍ର ଗଠନ ଆବଶ୍ୟକ ବୋଲି ମତ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ସୁବଳୟା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଯୋଗଦେଇ ପିଲାଙ୍କ ସ୍ଵପ୍ନ ଓ ତାହାକୁ ସାକାର କରିବା ପାଇଁ ପିତା ମାତାଙ୍କ ଚେଷ୍ଟା ନିତ୲ନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଯୋଗଦେଇ ପିଲାଙ୍କୁ ଉତ୍ତମ ଶିକ୍ଷ୍ୟା ଲାଭ କରିବା ସହିତ ଜଣେ ଭଲ ମଣିଷ ହେବା ପାଇଁ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମରେ ଛାତ୍ରୀ ଅଙ୍କିତା ପ୍ରଧାନ ଓ ପୂଜା ରାଣୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ୲ ଅପରାହ୍ନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା l

















