କୋଦଳା,୨୨।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଓଡିଶା ସରକାରଙ୍କ ଉଚ ଶିକ୍ଷ୍ୟା ବିଭାଗ ଓ ଯାତୀୟ ସେବା ଯୋଜନାରେ କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଚାଲିଛି ୲ ଏହି ଶିବିର ଡିସେମ୍ବର 17ତାରିଖରେ କଲେଜ ଅଧ୍ୟକ୍ଷ ଡଃ ସୀମାଞ୍ଚଳ ମୁନି, କୋ ଅର୍ଡିନେଟର ଶେଷଲିପି ନାୟକ ,ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ସୁଦେଷ୍ଣା ପ୍ରଧାନଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ ୲ ସେହିଦିନ ଠାରୁ ପ୍ରତ୍ୟକ ଦିନ ସକାଳ ଓ ଅପରାହ୍ନରେ ୧୧୧ ଛାତ୍ରୀଙ୍କୁ ନେଇ ଟ୍ରେନର ସୁଚିତ୍ରା ବେହେରା ଓ ସୁନୀତା ପ୍ରଧାନଙ୍କ ଦ୍ଵାରା ଆତ୍ମସୁରକ୍ଷ୍ୟା ପ୍ରଶିକ୍ଷ୍ଯଣ ଦିଆଯାଉଛି ୲ ଶିବିରରେ ମହିଳା ମାନେ ଶତ୍ରୁ ମାନଙ୍କ ଠାରୁ ନିଜକୁ କେମିତି ବଞ୍ଚାଇ ପାରିବେ ଓ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ସୁରକ୍ଷ୍ୟା ଦେଇ ପାରିବେ ସେହି ସମ୍ବନ୍ଧୀୟ ପ୍ରଷିକ୍ଷ୍ଯଣ ପ୍ରଦାନ କରାଯାଉଥିବା ଟ୍ରୈନର ପ୍ରକାଶ କରିଥିଲେ ଓ ଛାତ୍ରୀ ମାନେ ବହୁତ ଭଲ ସିକ୍ଷ୍ଯାଲାଭ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ୲ ଏହି ଶିବିର ଆସନ୍ତା 28 ତାରିଖ ପର୍ଯନ୍ତ ଚାଲୁ ରହିବ ବୋଲି କୋ ଅର୍ଡିନେଟର ନାୟକ ପ୍ରକାଶ କରିଛନ୍ତି ୲

















