ଗଜପତି,୨୨।୧୨(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ବର୍ଜନ କଲେ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ RSET ସଭାଗୃହରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜିଲ୍ଲାର ଉଭୟ ବିଧାୟକ , ଅଣଦେଖା ଅଭିଯୋଗରେ କଂଗ୍ରେସ ଓ ବିଜେପି ଜିଲ୍ଲାପରିଷଦ ସଦସ୍ୟ ସହ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଓ ମୋହନା ବିଧାୟକ ଦାସରଥି ଗମାଙ୍ଗ। ପ୍ରଶାସନ ସରକାରୀ ଦଳର ହାତ ବାରିଶୀ ସାଜିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠାଇଛନ୍ତି ଉଭୟ ବିଧାୟକ। ତେବେ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରକଳ୍ପ ଗୁଡ଼ିକୁ ସ୍ଥାନ ଦିଆଯିବ ଏବଂ ପରବର୍ତ୍ତୀ ନିର୍ଧାରିତ ସମୟରେ ବୈଠକ ଅନୁଷ୍ଠିତ କରାଯାଇ ପ୍ରକଳ୍ପ ଗୁଡ଼ିକ ଅନୁମୋଦନ କରାଯିବ, ସେହି ସମୟ ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖାଗଲା ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଯୋଜନା ବୋର୍ଡର ସମ୍ପାଦକ ଅନୁପମ ସାହା।


















