ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ାତ୍ସୋବ

237
ADVERTISEMENT

ହିଞ୍ଜିଳିକାଟୁ,୨୧/୧୨,(ଡି.ଏଚ/ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ର୍ଥ ବାର୍ଷିକ କ୍ରୀଡ଼ାତ୍ସୋବ ଅନୁଷ୍ଠିତ ହୋଇଯାଇଛି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ସବୁଜ ପତକା ଦେଖାଇ କ୍ରୀଡ଼ାତ୍ସେବାର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଲମ୍ବା ଡିଆଁ , ଉଚ୍ଚା ଡ଼ିଆଁ, ଦୌଡ଼, ଡ଼ିସକସ ଥ୍ରୋ ସଟ୍ଟଫୁଟ୍ ପ୍ରଭୃତି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅରାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର, ସଂମ୍ମାନିତ ଅତିଥି ଭାବେ ବ୍ଳକ ଅକ୍ଷ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ କ୍ରୀଡ଼ା ମାଧ୍ୟମରେ ଶିକ୍ଷାର୍ଥୀ ମାନେ ଶୃଙ୍ଖଳା ଓ ଚରିତ୍ର ଗଠନ କରି ଭବିଷ୍ୟତରେ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇପାରିବେ ବୋଲି କହିବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅମ୍ବିକା ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Advertisement