ବାଲିଗୁଡ଼ା୧୯/୧୨,(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ଗ୍ରସ୍ତ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା ତଦାରଖ ପାଇଁ ପହଞ୍ଚିଥିଲେ । ଆଜି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷଣ କାର୍ଯ୍ୟାଳୟ ଠାରେ ପହଞ୍ଚି କନ୍ଧମାଳ ଜିଲ୍ଲା ଆରକ୍ଷଣ ଅଧିକାରୀ ପ୍ରତୀକ ସିଂ ଓ ଉପଖଣ୍ଡ ଆରକ୍ଷଣ ଅଧିକାରୀ ମାନସ ରଞ୍ଜନ ବାରିକ ଓ ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରାଙ୍କ ସହ ଆଲୋଚନା ହୋଇଥିଲା । ଏହା ଏକ ଅନ୍ଧକାର କେସ ଅଟେ ତଥାପି ବହୁତ ଶୀଘ୍ର ଏହାର ଖୁଲାସା କରାଯିବ ବୋଲି ଡ଼ିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।
















