Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଦିଗପହଣ୍ଡି ରାଜନୀତିରେ ଟ୍ବିଷ୍ଟ ସ୍ବାଥ ନା ଆଉକିଛି ! ବିରୋଧୀଙ୍କୁ ବାନ୍ଧି ରଖିବାରେ ସଷମ ବ୍ଲକ...

ଦିଗପହଣ୍ଡି ରାଜନୀତିରେ ଟ୍ବିଷ୍ଟ ସ୍ବାଥ ନା ଆଉକିଛି ! ବିରୋଧୀଙ୍କୁ ବାନ୍ଧି ରଖିବାରେ ସଷମ ବ୍ଲକ ଅଧ୍ୟକ୍ଷ ।

306
ADVERTISEMENT

ବ୍ରହ୍ମପୁର (ଡି.ଏଚ/ହିମାଂଶୁ ପାଢୀ) ; ପ୍ରତିଦିନ ଦିଗପହଣ୍ଡି ରାଜାନିତୀରେ ଦେଖିବାକୁ ମିଳୁଛି ନୂଆ ନୂଆ ଟ୍ୱିଷ୍ଠ । ବଦଳୁଛି ରାଜନୈତିକ ପଟ୍ଟ । କେତେବେଳେ ବିରୋଧୀ ତ କେତେ ବେଳେ ଏକାଠୀ ହେଉଛନ୍ତି ଜନପ୍ରତିନିଧି । ଦିଗପହଣ୍ଡି ବ୍ଲକ ର ଜଣେ ସରପଞ କୁ ୫ଟି ଛାଟରେ ନିଲମ୍ବିତ ହେବାପରେ ପ୍ରତିଦିନ କିଛିନା କିଛି ଟ୍ବିଷ୍ଟ ଲାଗିରହୁଛି । ବୁଧବାର ମା ନିଜ ବଙ୍କେଶ୍ୱରୀଙ୍କ ଶକ୍ତି ପୀଠରେ ଅନୁଷ୍ଠିତ ଏକ ମିଳିତ ସଭା ଅନୁଷ୍ଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବ କରି ଗାଦିଚ୍ବୁତ କରିବାକୁ ମେଳି ବାନ୍ଧିଥିବା ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ । ସମିତିସଭ୍ୟ ମାନଙ୍କ ନେତୃତ୍ବ ନେଉଥିବା ପ୍ରତିନିଧି ମଧ୍ୟ ବ୍ଲକ ଅଧ୍ୟକ୍ଷଙ୍କ ସହ ଦେଖିବାକୁ ମିଳିଛି । ଦେଖା ଦେଇଛି ଦିଗପହଣ୍ଡି ବିଜୁ ଜନତା ଦଳକୁ ଏବେ ମଧ୍ୟ ଗୋଟେଏ ସୁତାରେ ବାନ୍ଧି ରଖିଛନ୍ତି ବ୍ଲକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ । ବିଗତ ଦିନରେ ସୋସିଆଲ ମିଡ଼ିଆରେ ଦେଖା ଦେଇଥିବା ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ଏହା ସମୁର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି ଏବଂ ବଣଭୋଜିକୁ କିଛି ଏହି ଭଳି ଭାବରେ ରୂପରେଖ ଦେଇଥିବା କୁହାଯାଇଛି । ପୁଣି ଶେଷରେ ସମସ୍ତେ କହିଛନ୍ତି ଆମେ ସମସ୍ତେ ଭାଇ ଭାଇ ଆମେ ସମସ୍ତେ ଏକ ଆମ ନେତା ମଧ୍ୟ ଏକ କହିବା ସହିତ ଜୟ ମା ବଙ୍କେଶ୍ୱରୀ କି ଜୟ ବୋଲି କହି ନିଜ ନିଜ ଗ୍ରାମର ଉନ୍ନତିରେ ଅଧିକ ସମୟ ଦେବେ କହିଥିଲେ । ସାଧାରଣରେ ଚଚ୍ଚା ହେଉଛି ସ୍ବାଥ ହାସଲ ପାଇଁ ରାଜନିତିରେ ସବୁକିଛି ସମ୍ଭବ ।

Advertisement