Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗଜପତିର ଗୁରାଣ୍ଡି ଛକ ଠାରେ ରାସ୍ତା ରୋକ

ଗଜପତିର ଗୁରାଣ୍ଡି ଛକ ଠାରେ ରାସ୍ତା ରୋକ

325
ADVERTISEMENT

ପାରଳାଖେମୁଣ୍ଡି,୧୮।୧୨(ଡି.ଏଚ/ପ୍ରଭାତ କୁମାର ପାତ୍ର) : ଗୋଶାଣୀ ବ୍ଲକ ଆନର୍ଗତ ଗୁରାଣ୍ଡି ଛକ ଠାରେ ପ୍ରଶାସନ କରୁଥିବା ଅନିୟମିତା ଓ ଏଆରଏସଏସ କରୁଥିବା କାମ ଗୁଡିକ ଅଧପନ୍ତରା ପଡିଥିବା ପ୍ରତିବାଦକୁ ନେଇ ଧାରଣ ବସିଛନ୍ତି ଗୁରାଣ୍ଡି ନିକଟ ବିଭିନ୍ନ ଗ୍ରାମ ଲୋକେ । ଗୁରାଣ୍ଡି ରାସ୍ତା ଦେଇ ବିଭିନ୍ନ ରାସ୍ତା ଗୁଡିକ ପୁରା ଖରାପ ହୋଇ ପଡିଛି ଆଉ କିଛି ରାସ୍ତା ଏଆରଆରଏସ କାମ ଅଧା କରି ଅନିଧିଷ୍ଟ ଦିନ ପ୍ରଯନ୍ତ କାମ ନକରିବା ଦ୍ଵାରା ପ୍ରତେକ ଦିନ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି ଏହି ରାସ୍ତା ରୋକରେ ତାଟିପେଟି ଗୁରାଣ୍ଡି ,ଉପଲଡା ଓ ଭୁସକୁଡିର ଶତାଧିକ ଲୋକ ରାସ୍ତା ଉପରେ ବସିଥିବା ଜଣାପଡିଛି । ଏହିରାସ୍ତା ରୋକରେ ଗୁରାଣ୍ଡି ସରପଞ୍ଚ ଜଗନ୍ନାଥ ନାୟକ ସମିତି ମିନା ଶବର ପୂର୍ଣ ରାଉତ ପ୍ରତାପ ପାତ୍ର, ରବି ରଞ୍ଜନ ରାଉତ ଗୁରାଣ୍ଡି word ମେମ୍ବର୍ ପ୍ରମଦ ଜେନା ପ୍ରମୁଖ ରାସ୍ତ ରୋକରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏହାର ସମାଧାନ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟହେବୁ ବୋଲି ଗ୍ରାମବାସୀ ଜଣାଇଛନ୍ତି ।

Advertisement