Friday, November 20, 2026
ADVERTISEMENT
Home ଆଞ୍ଚଳିକ କେଏଟିଏସରେ ପୋଷାକ ବଣ୍ଟନ

କେଏଟିଏସରେ ପୋଷାକ ବଣ୍ଟନ

321
ADVERTISEMENT

କୁକୁଡାଖଣ୍ଡି,୧୮।୧୨(ଡି.ଏଚ/ହିମାଂଶୁ ପାଢ଼ୀ ): କେଏଟିଏସର ପୂର୍ବତନ ଛାତ୍ର ଆଶୁତୋଷ କରଙ୍କ ତରଫ ରୁ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ମାଗଣାରେ ପୋଷାକ ଆଦି ବଂଟନ କରାଯାଇଛି । ୧୫ ଜଣ ରୋଗୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଯେଉଁ ଲୋକ ମାନେ ଭଲ ପୋଷାକ ପଇ ପାରୁ ନଥିବେ ସେହି ମାନଙ୍କ ପାଇଁ ବିଭିର୍ଣ୍ଣ ଲୋକ ତଥା ସହକର୍ମୀ ମାନଙ୍କ ଠାରୁ ନୂତନ ତଥା ପୁରୁଣା ପୋଷାକ ସଂଗ୍ରହ କରି ଥାନ୍ତି ଓ ଯେଉଁ ମାନେ ସେହି ପୋଷାକର ଆବଶ୍ୟକ କରି ଥାନ୍ତି ସେହି ମାନଙ୍କୁ ବଣ୍ଟନ କରି ଥାନ୍ତି । ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବା ସହ ରୋଗୀ ମନେ କିପରି ଦରକାର ସମୟରେ ରକ୍ତ ପାଇ ପାରିବେ ତାର ବ୍ୟବସ୍ତା ନିଜ ସ୍ତରରେ କରିବା ପାଇଁ ଆଶା ରଖିଛନ୍ତି । ଏହି ବଣ୍ଟନ କାର୍ଯ୍ୟରେ ମହାବିଦ୍ୟାଳୟର ଅଧକ୍ଷ ପ୍ରୋ ଡ଼.ବିପିନ ବିହାରୀ ଖୁଣ୍ଟିଆ, ଡ଼.ବିମଲ କୁ ପାଣ୍ଡ, ଡ଼ ଅଂଶୁମାନ ବିଶ୍ୱାଳ , ଡ଼ ବିପିନ କୁ ସାହୁ,ସଭାପତି ରାଜେଶ ସାହୁ,ଉପସଭାପତି ଶାଶ୍ୱତ ମୋଦିଆ ,ସମ୍ପାଦକ ସତ୍ୟ ପାଲ ଉପସ୍ଥିତ ରହି ସହଯୋଗ କରି ଥିଲେ।

Advertisement