କନ୍ଧମାଳ,୧୮।୧୨,(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ସମସ୍ତ ଗ୍ରାମପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରରେ ପିଲା ମାନଙ୍କ ବସିବା ପାଇଁ ଚୌକି ଓ ଟେବୁଲ ଦେବାସହ ରୋଷଇ ପାଇଁ ଗ୍ୟାସ ଚୁଲି ବଣ୍ଟନ କରାଯାଇଛି ସମୁଦାୟ 324କେନ୍ଦ୍ରରେ ଦିଆଯାଇଛି ଏହି ବଣ୍ଟନ ସମୟରେ ବାଲିଗୁଡ଼ା ବ୍ଲକ ବିଡ଼ିଓ ନରେଶ ଚନ୍ଦ୍ର ଶବର, ବାଲିଗୁଡ଼ା ବ୍ଲକ ଅଧକ୍ଷ ପ୍ରମୋଦ ମଳିକ, ବାଟାଗୁଡ଼ା ସରପଞ୍ଚ ମେନକା ମଳିକ, ସିନ୍ଦ୍ରୀଗାଁ ସରପଞ୍ଚ ସରୋଜିନୀ ମଳିକ, ପରମପଙ୍ଗା ସରପଞ୍ଚ ଲୁଦି ମଳିକ ଉପସ୍ଥିତ ରହି ସମସ୍ତ ଅଙ୍ଗନବାଡି ଦିଦି ମାନଙ୍କୁ ଦିଆଯାଇଛି ମିଳିବା, ଏହା ହେବା ଦ୍ୱାରା ଅଙ୍ଗନବାଡି ଦିଦି ମାନେ ବହୁତ ଖୁସି ଅନୁଭବ କରିଛନ୍ତି ।
















