Friday, November 20, 2026
ADVERTISEMENT
Home ଆଞ୍ଚଳିକ ପାଖେଇ ଆସୁଛି ଇଁରାଜୀ ନବବର୍ଷ : ଗ୍ରୀଟିଙ୍ଗସ୍ର ଚାହିଦା କମୁଛି

ପାଖେଇ ଆସୁଛି ଇଁରାଜୀ ନବବର୍ଷ : ଗ୍ରୀଟିଙ୍ଗସ୍ର ଚାହିଦା କମୁଛି

548
ADVERTISEMENT

ହିଞ୍ଜିଳିକାଟୁ ୧୬।୧୨(ଡି.ଏଚ/ଶେଷଦେବ ସାହୁ ): ଆସୁଛି ଇଁରାଜୀ ନବବର୍ଷ । ଇଁରାଜୀ ନବବର୍ଷ ଆଉ ମାତ୍ର ୧୪ ଦିନ ବାକିଥିବା ବେଳେ ଏବେଠାରୁ ଇଁରାଜୀ ନବବର୍ଷର ମାହୋଲ ଦେଖିବାକୁ ମିଳୁଛି । ଇଂଟେରନେଟ ଯୁଗରେ ଫେସବୁକ୍, ମୋବାଇଲ ମେସେଜ୍, ହ୍ୱାଟସ୍ଅପ୍, ମେସେଂଜର ବ୍ୟବହାର କେବଳ ସହରାଂଚଳରେ ନୁହେଁ, ଗ୍ରାମାଂଚଳରେ ମଧ୍ୟ ଦେଖିବାକୁ ମିଳୁଛି । ଏହାର ପ୍ରଭାବ ଇଁରାଜୀ ନୂତନ ବର୍ଷ ୨୦୨୦ ପାଳନ ଅବ୍ୟାହତ ପୂର୍ବରୁ ଦେଖିବାକୁ ମିଳୁଛି । ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ବିକ୍ରି ହେଉଥିବା ଗ୍ରୀଟିଙ୍ଗସ୍ କାର୍ଡ଼ କାରବାର ସ୍ପଷ୍ଟ ବାରି ହୋଇପଡ଼ୁଛି ।
ଅତୀତରେ ଇଁରାଜୀ ନୂତନ ବର୍ଷ ଆଗମନର ଅବ୍ୟହତ ପୂର୍ବରୁ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନରେ ଗ୍ରୀଟିଙ୍ଗସ୍ କାଡର଼୍ର ବହୁଳ ବିକ୍ରିବଟା ହେଉଥିଲା । ବିଗତ କିଛି ବର୍ଷ ହେଲା ଗ୍ରୀଟିଙ୍ଗସ୍ କାଡର଼୍ ଚାହିଦା ଅତିମାତ୍ରାରେ ହ୍ରାସ ପାଇଛି । ଯୁବପିଢି ମୋବାଇଲ ମେସେଜ୍, ହ୍ୱାଟସ୍ଅପ୍, ମେସେଂଜର, ଫେସବୁକ ସହାୟତାରେ ଇଁରାଜୀ ନୂତନ ବର୍ଷର ଅଭିନନ୍ଦନର ବାର୍ତା ପଠାଇବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଆଉ ମାତ୍ର ୧୩ ଦିନ ପରେ ବିଦାୟ ନେବ ୨୦୧୯ ମସିହା । ଆରମ୍ଭ ହେବ ୨୦୨୦ । ଏହି ଇଁରାଜୀ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସଭିଙ୍କ ମଧ୍ୟରେ ଉଙ୍କି ମାରୁଛି । ବିଶେଷକରି ଯୁବପିଢିଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅଧିକ ଉତ୍କଣ୍ଠା । ସାମ୍ପ୍ରତିକ ପରିସ୍ଥିତିରେ ଇଁରାଜୀ ନୂତନ ବର୍ଷ ଅବସରରେ ଶୁଭେଛାର ମାଧ୍ୟମ ପ୍ରାୟତଃ ବଦଳି ଯାଇଛି । ପୂର୍ବରୁ ଗ୍ରୀଟିଙ୍ଗସ୍ କାଡର଼୍ ଶୁଭେଛାର ଏକ ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ବର୍ତମାନ ପରିସ୍ଥିତିରେ ସୋସିଆଲ ମିଡ଼ିଆରେ ଶୁଭେଛା ବାର୍ତା ପହଂଚାଇବା ପାଇଁ ଅନେକ ପସନ୍ଦ କରୁଥିବା ଯୋଗୁଁ ଗ୍ରୀଟିଙ୍ଗସ୍ କାଡର଼୍ ଚାହିଦା ଦିନକୁ ଦିନ କମୁଥିବାର ଦେଖିବାକୁ ମିଳୁଛି । ଇଁରାଜୀ ନବବର୍ଷର ପ୍ରାୟ ୧ ମାସ ପୂର୍ବରୁ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଗ୍ରୀଟିଙ୍ଗସ ଦୋକାନ ଖୋଲାଯାଉଥିବାର ଦେଖିବାକୁ ମିଳୁଥିବା ବେଳେ ଗତ କିଛି ବର୍ଷ ଧରି ସ୍ଥାନୀୟ ସହର ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଗ୍ରୀଟିଙ୍ଗସ ଦୋକାନ ପୂର୍ବପରି ଦେଖିବାକୁ ମିଳୁନାହିଁ ।

Advertisement