ବ୍ରହ୍ମପୁର,୧୬।୧୨,(ଡି.ଏଚ/ଗୁରୁପ୍ରସାଦ ପଟନାୟକ ) : ରବିବାର ଦିନ ଲୋଚାପଡ଼ା ପଂଚାୟତ ଅନ୍ତର୍ଗତ ଆଦିଶକ୍ତି ନଗର ଉନୟନ କମିଟିର ମାସିକ ବୈଠକ ସଭାପତି ଶ୍ରୀ ରବି ବାରିକଙ୍କ ପୌରହିତ୍ୟରେ ରଞ୍ଜନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଶେଷ କରି ଅଂଚଳରେ ଡ୍ରେନେଜ, ରାସ୍ତାଘାଟ, ଆଲୋକ ବ୍ୟବସ୍ତାର ଉନ୍ନତି କରଣ ନିମନ୍ତେ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ସଣ କରିବା ସହ ସମଗ୍ର ଆଦିଶକ୍ତି ନଗର ଅଞ୍ଚଳରେ ଚୋରି, ଡକାୟତ ରୋକିବା ପାଇଁ ସି. ସି . କେମେରା ଲଗାଯିବlକୁ ସ୍ଥିରୀକୃତ କରାଗଲା l ଉକ୍ତ ବୈଠକରେ ବଂଶୀଧର ପଣ୍ଡା, ଅନିତା ମହାପାତ୍ର, ଦିଲୀପ ପଣ୍ଡା, ପ୍ରକାଶ ଚନ୍ଦ୍ର ମିଶ୍ର, ରଞ୍ଜନ କୁମାର ଦାସ ସୁରେଶ କୁମାର ପଟ୍ଟନାୟକ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରସନ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କମିଟିର ସମ୍ପାଦକ ଶ୍ରୀ ଦିଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

















