Friday, November 20, 2026
ADVERTISEMENT
Home ଆଞ୍ଚଳିକ ସ୍ୱାଧୀନତା ଫୁଟବଲ କପ ୨୦୧୯ ଉଦଯାପିତ

ସ୍ୱାଧୀନତା ଫୁଟବଲ କପ ୨୦୧୯ ଉଦଯାପିତ

364
ADVERTISEMENT

ବାଲିଗୁଡ଼ା,୧୬।୧୨,(ଡି.ଏଚ/ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଚାଲି ଥିବା ସ୍ୱାଧୀନତା ଫୁଟବଲ କପ ଉଦଯାପିତ ହୋଇଯାଇଛି ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ଼ଡିଶାର ମାନ୍ୟବର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସମ୍ମାନିତ ଅତିଥି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତ ବେହେରା, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ନଗର ଅଧକ୍ଷା ମମତା ବେହେରା, କନ୍ଧମାଳ ଜିଲ୍ଲା ପରିଷଦ ସଭ୍ୟା ସୁଜତା ଦିଗାଲ, ବାଲିଗୁଡ଼ା ପୁର୍ବତନ ବ୍ଲକ ଅଧକ୍ଷ ରବି ଚନ୍ଦ୍ର ପାଳ ଯୋଗଦେଇଥିଲେ । ପ୍ରଥମେ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ୨ ଖେଳାଳି ଟିମଙ୍କ ପରିଚୟ ଦେଇଥିଲେ ଏହି ଫାଇନାଲ ମ୍ୟାଚରେ ସମ୍ବଲପୁର ଓ ଆଠଗଡ଼ ଖେଳାଯାଇଥିଲା । ଏହି ପେନାଲଟିକ ଶଟ ମାରି 4/3ଗୋଲରେ ସମ୍ବଲପୁର ବିଜୟୀ ଲାଭ କରିଥିଲା ବିଜୟ ଲାଭ କରିଥିବା ଟିମକୁ 25000ଟଙ୍କା ସହ କପ ଦିଆଯାଇଥିଲା ଏହି ମ୍ୟାଚର ଆୟୋଜକ ଉପଖଣ୍ଡ କ୍ରୀଡ଼ା ସଙ୍ଘ ବାଲିଗୁଡ଼ା ଦ୍ୱାରା ହୋଇଥିଲା ମ୍ୟାଚଟି ବହୁତ ଶାନ୍ତି ଶୃଙ୍ଖଳାର ହେବାସହ ବହୁ ଜନସାଧାରଣ ଦେଖିବାର ସୁଯୋଗ ନେଇଥିଲେ ଉଦଯାପନୀ ଉତ୍ସବରେ ବଡ଼ଗାଁ କନ୍ୟା ଆଶ୍ରମର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ମଧ୍ୟ୍ୟ ହୋଇଥିଲା ଉଦଯାପନୀ ଉତ୍ସବରେ ସଂଘର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ଦାସ ପରିଚାଳନା କରିଥିଲେ ।

Advertisement