କନ୍ଧମାଳ,୧୪/୧୨(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା କର୍ମୀଙ୍କୁ ଗୁଳି କରି ମାରିଥିବା ଅପରାଧୀଙ୍କୁ ଗିରଫ କରିବା ଓ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି । ଆଜି ସକାଳୁ ଜାତୀୟ ରାଜପଥ 59ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି କାରଣ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାର ଆଜିକୁ ପ୍ରାୟ ଚାରି ଦିନ ବିତିଲାଣି ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବାରୁ ବାଟାଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧକରିବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ।


















