Friday, September 25, 2026
ADVERTISEMENT
Home ମନୋରଞ୍ଜନ ତାମିଲ ସୁପରଷ୍ଟାର ଧନୁଷଙ୍କ ପ୍ରଥମ ହଲିଉଡ ଫିଲ୍ମ ରିଲିଜ୍‌ ହେଲା

ତାମିଲ ସୁପରଷ୍ଟାର ଧନୁଷଙ୍କ ପ୍ରଥମ ହଲିଉଡ ଫିଲ୍ମ ରିଲିଜ୍‌ ହେଲା

446
ADVERTISEMENT

ମୁମ୍ବାଇ, ୨୩/୬(ଡ଼ିଏଚବି): ତାମିଲ ଫିଲ୍ମ ହିରୋ ଭାବେ ନିଜ କ୍ୟାରିଅର ଆରମ୍ଭ କରିବାଠୁ ନେଇ ହଲିଉଡ୍ ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରିଥିବା ଧନୁଷ ଏବେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ଧନୁଷଙ୍କର ପ୍ରଥମ ହଲିଉଡ ଫିଲ୍ମ ‘ଦି ଏକ୍ସଟ୍ରାଅର୍ଡିନାରୀ ଜର୍ଣ୍ଣି ଅଫ ଫକୀର’ ୱାର୍ଲଡୱାଇଡ୍‌ ରିଲିଜ୍‌ ହୋଇଛି।

ପୂର୍ବରୁ ସ୍ପେନରୁ ଭୂରି ଭୂରି ପ୍ରଶଂସା ସାଉଁଟିଥିବା ଫିଲ୍ମର ଗତ ୧୯ ତାରିଖରେ କାନାଡ଼ାରେ ପ୍ରିମିୟର ଶୋ’ ରଖାଯାଇଥିଲା। ଫିଲ୍ମର ନିର୍ଦ୍ଦେଶକ କେନ୍ ଷ୍ଟକ କାନାଡାରେ ଫିଲ୍ମକୁ ମିଳିଥିବା ଜବରଦସ୍ତ ରେସପନ୍ସକୁ ଟ୍ୱିଟରେ ଶେଆର କରିଛନ୍ତି। ସେ ଲେଖିଛନ୍ତି ଯେ କାନାଡ଼ାରେ ଫିଲ୍ମରେ ଧନୁଷଙ୍କ ଅଭିନୟକୁ ଷ୍ଟାଣ୍ଡିଂ ଓଭେସନ୍‌ ମିଳିଛି। ପୂର୍ବରୁ ସ୍ପେନରେ ମଧ୍ୟ ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳିଥିଲା।

ଫିଲ୍ମର ଲିଡ ରୋଲରେ ତାମିଲ ସୁପରଷ୍ଟାର ଧନୁଷ ଥିବାବେଳେ ତାଙ୍କ ସହ ଏହି ଫିଲ୍ମରେ ବରଖାଦ ଆବଦି ଅଭିନୟ କରିଛନ୍ତି। ନିକୋଲାସ ଏରା ଏବଂ ଅମିତ ତ୍ରିବେଦୀ ଏହି ଫିଲ୍ମରେ ମ୍ୟୁଜିକ୍ ଦେଇଛନ୍ତି। ଜଣେ ଗରିବ ପରିବାରର ସଦସ୍ୟଙ୍କ ଜୀବନୀକୁ ନେଇ ଏହି ଫିଲ୍ମର କାହାଣୀ ରହିଛି। ଭାରତ, ଆମେରିକା, କନାଡା ଏବଂ ସିଙ୍ଗାପୁରରେ ଶୁକ୍ରବାର ଏହି ଫିଲ୍ମ ରିଲିଜ ହୋଇଛି। ଏହା ସହ ତାମିଲରେ ମଧ୍ୟ ଏହି ଫିଲ୍ମକୁ ଡବ କରାଯାଇ ରିଲିଜ କରାଯାଇଛି।

Advertisement