Friday, November 20, 2026
ADVERTISEMENT
Home ଆଞ୍ଚଳିକ କୋଟଗଡରେ ଜନ ଶୁଣାଣି କାର୍ଯ୍ୟକ୍ରମ

କୋଟଗଡରେ ଜନ ଶୁଣାଣି କାର୍ଯ୍ୟକ୍ରମ

257
ADVERTISEMENT

କୋଟଗଡ,୧୩।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କୋଟଗଡ ବ୍ଲକ ର ଶ୍ରୀରାମପୁର ପଞ୍ଚାୟତରେ ଏକ ବିରାଟ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ଶ୍ରୀରାମପୁର ଯୁବାଗୁଡା, ସୁବର୍ଣ୍ଣଗିରି, ମାରଲାଙ୍ଗା, ଓ ଅନ୍ୟ ପଞ୍ଚାୟତର ଲୋକମାନେ ଜନ ଶୁଣାଣିରେ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଉପ ଜିଲ୍ଲା ପାଳ ଶ୍ରୀ ରାଜେନ୍ଦ୍ର କୁମାର ଓ A. D. M ଶ୍ରୀ ବସନ୍ତ କୁମାର ସାହୁ ଓ କୋଟଗଡ ବ୍ଲକ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ମୁର୍ମୁ ଓ ଜିଲ୍ଲା ମେଡିକାଲର ଟିମ ଓ ସମନ୍ୱିତ ଶିଶୁ ବିକାଶର ଅଧିକାରୀ ଓ ଶ୍ରମିକ ପଞ୍ଜିକରଣର ଷ୍ଟାଫ ଓ ନାବାର୍ଡର ଅଫିସର ମାନେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ସମାଜ ସୁରକ୍ଷା ଭିର୍ଣ୍ଣ କ୍ଷମ ଅଧିକାରୀ ଓ କୃଷି ଉଦ୍ୟାନ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ଓ M. P ପ୍ରତିନିଧି ମୋନଜ କୁମାର ସାବତ ଓ S. B. I ର ଜିଲ୍ଲା କାର୍ଯ୍ୟକର୍ତ୍ତା ର ଅଫିସର ମାନେ S.O.G ମହିଳା ମଣ୍ଡଳ କୁ ଋଣ ପ୍ରଦାନ କରିଥିଲେ ଓ ଏକ ଚାଷୀକୁ ଟ୍ରାକ୍ଟର ଦେଇଥିଲେ l ଏହି ଜନ ଶୁଣାଣିରେ ଜିଲ୍ଲା ପାଳ ଅନୁପସ୍ଥିତ ଥିବାରୁ ଜନ ଅସନ୍ତସ ଦେଖା ଦେଇଥିଲା l ପ୍ରତି ପଞ୍ଚାୟତ ର ଗ୍ରାମ ବାସି ନେଟୱର୍କ ପାଇଁ ଓ ବ୍ୟାଙ୍କ ପାଇଁ ଦାବି ପତ୍ର ରଖିଥିଲେ ଓ ଶ୍ରୀରାମପୁର ରୁ ଗଦାପୁର ରାସ୍ତା ତିଆରି ପାଇଁ ଦାବି କରିଥିଲେ ଓ ଜିଲ୍ଲା ରୁ 20 ଟି ଷ୍ଟଲ ଖୋଲାଯାଇଥିଲା ଭିର୍ଣ୍ଣ କ୍ଷମ ମାନଙ୍କୁ ଆଶାବାଡି, ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l

Advertisement