Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଇ ଶକ୍ତି ପ୍ରୋଜେକ୍ଟ ତାଲିମ ଶିବିର

ଇ ଶକ୍ତି ପ୍ରୋଜେକ୍ଟ ତାଲିମ ଶିବିର

324
ADVERTISEMENT

ବରଗଡ (ଡି.ଏଚ୍‌/କୁଞ୍ଜ ବିହାରି ସାହୁ) : ପାଇକମାଳ ବ୍କକ ସଭା ଗୃହରେ ନାବାର୍ଡ ସହାୟତାରେ ଦେବଦତ୍ତ କ୍କବ, ଓଡିଶା ଜୀବିକା ମିଶନ ଦ୍ବାରା ଇ ଶକ୍ତି ପ୍ରୋଜେକ୍ଟର ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପାଇକମାଳ ବିଡିଓ ସଦାଶିବ ନାୟକ, ଜିପିଓ ଭୀଷ୍ମ ଦେବ ମାଝୀ, ଡବ୍ଲ୍ୟୁଇଓ ଗୁରୁ ଚରଣ ଦାସ, ଏଜିଏମ ନାବାର୍ଡ ସରୋଜ କୁମାର ଜେନା, ଦେବଦତ୍ତ କ୍କବ ସଂପାଦକ କାହ୍ନୁ ଚରଣ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ରେ ତାଲିମ ଦାତା ସୁବ୍ରତ କୁମାର ସାହୁ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ପାଇକମାଳ ବ୍କକର ସମସ୍ତ ଏସଏଚଜି ଗ୍ରୁପର ସମସ୍ତ ତଥ୍ୟ ୱେବସାଇଟରେ କିପରି ଭାବରେ ଉପଲବ୍ଧ ହୋଇ ପାରିବ ସେ ବିଷୟରେ ତାଲିମ ଦିଆଯାଇଥିଲା । ଏହା ସହିତ ୨୨ ଟି ଗ୍ରାମ ପଞ୍ଚାୟତରୁ ୬୦ ଜଣ ଏନିମେଟର ତାଲିକା ଗ୍ରହଣ କରିଥିଲେ । ଓଡିଶା ଜୀବିକା ମିଶନରୁ ମୁରଲୀଧର ଗଡତିଆ, ବିଏଲସି ରୋହିଣୀ ବରିହା କାର୍ଯ୍ୟକ୍ରମ ସଂଯୋଜନା କରି ତାଲିମର ନେତୃତ୍ବ ନେଇଥିଲେ ।

Advertisement