Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଘୁଆପଲ୍ଲୀ ଅଙ୍ଗଦ ମଲ୍ଲିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

ବାଘୁଆପଲ୍ଲୀ ଅଙ୍ଗଦ ମଲ୍ଲିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

321
ADVERTISEMENT

ସାନଖେମୁଣ୍ଡି (ଡି.ଏଚ୍‌/ପ୍ରଫୁଲ୍ଲ ସାବତ) : ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ବାଘୁଆପଲ୍ଲୀ ନିକଟ ନିଘଞ୍ଚ ଜଙ୍ଗଲରୁ ଜନୈକ ୭୦ବର୍ଷୟ ବୃଦ୍ଧଙ୍କ ଶବ ଉଦ୍ଧାର ଘଟଣା ପରେ ପାଟପୁର ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି କରି ଘଟଣାକୁ ଛାନଭିନ ପ୍ରକାରେ ଲୋକଲୋଚନକୁ ଆଣିଅଛି । ଚିନ୍ହିତ ସବ ବାଘୁଆପଲ୍ଲୀର ଅଙ୍ଗଦ ମଲ୍ଲିକ ଚିନ୍ହଟ ପରେ ଘଟଣାର ପରିପର୍ଶ୍ଵକ ସ୍ଥିତିକୁ ନଜରକୁ ନେଇ ବ୍ରହ୍ମପୁର ଫରେନସିକ ବିଭାଗର ତଥ୍ୟ ଓ ଶବ ବ୍ୟବଚ୍ଛେଦ ତଥ୍ୟକୁ ଭିତ୍ତି କରି ଅଙ୍ଗଦ ମଲ୍ଲିକର ହତ୍ୟା କାରୀ ଓ ମୁଖ୍ୟ ଷଡଯନ୍ତ୍ର କାରୀଙ୍କୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ମାରଣାସ୍ତ୍ରକୁ ହେପାଯତକୁ ନେଇଅଛି । ମିଳିଥିବା ସୂଚନା ଅନୁସାରେ ଅଙ୍ଗଦଙ୍କ ଦୁଇ ଜଣ ସ୍ତ୍ରୀ ଥିଲେ । ଅଙ୍ଗଦ ଝଡାଫୁଙ୍କା ସହ ଜଡ଼ିବୁଟିର ବ୍ୟବହାର ପାଇଁ ଅଞ୍ଚଳରେ ଜଣାଶୁଣା ଥିବା ହେତୁ ପ୍ରାୟ ଲୋକଙ୍କ ସମ୍ପର୍କରେ ଥିଲେ, ତାଙ୍କର କେହି ଶତ୍ରୁ ନଥିବା ଓ ଜଣେ ମଦ୍ୟପ ଭାବେ ଜଣାଶୁଣା ଥିଲେ । ଗ୍ରାମ ନିକଟ ଜୟପୁର କଲୋନୀ ବାସିନ୍ଦା ଟୁନା ନାୟକ ନିଜ ଭାଣିଜୀର ମୃତ୍ୟ ପାଇଁ ଏବଂ ନିଜ ପାରିବାରିକ କାରଣକୁ ନେଇ ଅଙ୍ଗଦ ଉପରେ ସନ୍ଦେହ ପ୍ରକଟ କରୁଥିଲେ । ପ୍ରତାପଗିରିରୁ ମୁନା ନାୟକ ଓ ସହଯୋଗୀ ଭାବେ ଖାରିଗୁଡାର ଲିଟୁ ବେହାରଙ୍କ ସହ ମିଶି ଏହି ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜୟପୁର ଯିବା ରାସ୍ତାରେ ଆସୁଥିବା ଅଙ୍ଗଦଙ୍କୁ ଧରି ପାଖ ଘଞ୍ଚ ବୁଦା ନିକଟକୁ ନେଇ କୌଣସି ଉଚ୍ଚ ଶବ୍ଦ ନକରି ମୁନା ଅଙ୍ଗଦଙ୍କ ବେକକୁ କାଟି ଥିବା ବେଳେ ଲିଟୁ ବେହେରା ଅଙ୍ଗଦଙ୍କୁ ମାଡି ବସିଥିଲେ । ଉଭୟ ମିଶି ମୃତ ଶରୀରକୁ ଘୋଷଡି ଘୋଷଡି ୫୦୦ ମିଟର ଧୁର ଜଙ୍ଗଲ ବୁଦାରେ ଫୋଫଡ଼ି ଦେଇଥିଲେ । ପରିବାର ଲୋକ ବହୁ ଖୋଜ ଖୋଜି କରି ମୃତ ଶବକୁ ଉଦ୍ଧାର କରିଥିଲେ । ପରେ ଅଙ୍ଗଦଙ୍କ ପ୍ରଥମ ପତ୍ନୀ ଥାନାରେ ଏତଲା ଦେଇଥିଲେ । ପାଟପୁର ଥାନାଧିକାରୀ ଶ୍ରୀ ଅଜୟ ବାରିକ ପ୍ରଥମେ ଏହାକୁ ଅପମୃତ୍ୟ ଆଖ୍ୟା ଦେଇ ସନ୍ଦେହ କରି ଘଟଣାର ଛାନଭିନ ସହ ତଦନ୍ତକାରୀ ଅଧିକାରୀ ଭାବେ ମହିଳା ଅଧିକାରୀ ପ୍ରୀତିମଞ୍ଜୁରୀ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇ ଅନୁସନ୍ଧାନ ଜାରି ରଖିଥିଲେ । ଘଟଣାର ପୃଷ୍ଟଭିମି ରକ୍ତ, ଜବତ ଟର୍ଚ୍ଚ, ପିନ୍ଧାବସ୍ତ୍ର ସହ ସାଧାରଣ ତଦନ୍ତ ପ୍ରକାରେ ପ୍ରକୃତ ହତ୍ୟାକାରୀ ଚିନ୍ହଟ ସହ ଗିରଫ ହୋଇଥିବା ଆଜି ପାଟପୁର ଥାନାରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପତିତପାବନ ଚୌଧୁରୀ ସୂଚନା ଦେଇଛନ୍ତି । ଆସିକା ଏସ୍ଡ଼ିପିଓ ଶ୍ରୀ ସୂର୍ଯ୍ୟମଣୀ ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ରହି ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସଫଳତାର ଶ୍ରେୟ ଦେଇଥିଲେ ।

Advertisement