କୋରାପୁଟ (ଡି.ଏଚ୍/ଦୟାନିଧୀ ପଟ୍ଟନାୟକ) ; କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଂଚାୟତ ସମିତି ଅନ୍ତର୍ଗତ ନୂଆଗାଁ ଗ୍ରାମ ପଂଚାୟତ ର ଧାନ କିଣିବା ପାଇଁ ଏକ ନୂତନ ମଣ୍ଡିକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉଦଘାଟନ କରିଛନ୍ତି । ଏହି ମଣ୍ଡି ଦ୍ୱାରା ଗ୍ରାମାଂଚଳର ବହୁ ଚାଷୀ ଉପକୃତ ହେବେ ବୋଲି ଜୟପୁର ବିଧାୟକ କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବୋରିଗୁମ୍ମା ପଂଚାୟତ ସମିତି ଅଧ୍ୟକ୍ଷା ବିମଳା ଚାଲାନ,ବୋରିଗୁମ୍ମା ବ୍ଲକ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ,ରାମଚନ୍ଦ୍ର ପାଢୀ,ମଦନ ନାୟକଙ୍କ ଙ୍କ ସମେତ ବହୁ ଚାଷୀ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

















