Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମୋହନାରେ ଗୀତା ଜୟନ୍ତି ଉତ୍ସବ

ମୋହନାରେ ଗୀତା ଜୟନ୍ତି ଉତ୍ସବ

431
ADVERTISEMENT

ମୋହନା / (ଡି.ଏଚ୍ / ମୋହନ ଗୌଡ) ଗଜପତି ଜିଲ୍ଲା ମୋହନା ଧନୁପଙ୍କ ସ୍ଥିତ ଲୁହୁରୁଣି ମନ୍ଦିର ନିକଟରେ ଗୀତ ଜୟନ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଧର୍ମପ୍ରସାର ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଓଡିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅନନ୍ଦଜୀ ପାଣ୍ଡେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଧର୍ମ ଓ ସଂସ୍କୃତିକୁ ବଜାଇ ରଖିବା ସହ ମଠ ମନ୍ଦିରର ସୁରକ୍ଷା ପାଇଁ କହିଥିଲେ । ଜିଲ୍ଲା ସଭାପତି ତରଣୀସେନ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଅଂଚଳବାସୀ ବଜାର ପରିକ୍ରମା ପରେ ମନ୍ଦିର ନିକଟରେ ପହଂଚିଥିଲେ । ଏହି କାର୍ଯ୍ୟକ୍ରମରେ ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ସଭାପତି ରାଘବ ନାୟକ, ପୂର୍ବତନ ସଭାପତି ଲଛମନ ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଡ. ଭବାନୀ ଶଙ୍କର ଦାଶ, ନୃସିଂହ ସାଧକ ପଦ୍ମନ ପାଇକ, ଆବାହକ ପ୍ରତାପ ପାତ୍ର, ଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସମ୍ପାଦକ ନାରାୟଣ ରଇତ, ବିଶ୍ୱ ହିନ୍ଦୁପରିସଦ ଜିଲ୍ଲା ସହ ସମ୍ପାଦକ ଶ୍ୟାମ ସୁନ୍ଦର ଶବର, ଜିଲ୍ଲା ପରିଯୋଜନା ପ୍ରମ୍ମୁଖ ବିଜୟ ମଲ୍ଲିକ ଓ ପ୍ରଖଣ୍ଡ ସଭପତି ନିରଞ୍ଜନ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Advertisement