Saturday, November 21, 2026
ADVERTISEMENT
Home ଆଞ୍ଚଳିକ ରାଧାଗୋବିନ୍ଦ ଫାଉଣ୍ଡେସନର ସମାଜସେବା ରେ ଯୋଗଦେଲେ ବାଲେଶ୍ବର ସାମ୍ବାଦିକ

ରାଧାଗୋବିନ୍ଦ ଫାଉଣ୍ଡେସନର ସମାଜସେବା ରେ ଯୋଗଦେଲେ ବାଲେଶ୍ବର ସାମ୍ବାଦିକ

448
ADVERTISEMENT

ବାଲେଶ୍ବର (ଡି.ଏଚ୍‌) (ନରେନ୍ଦ୍ର ପ୍ରସାଦ ବେହେରା) ; ରାଧାଗୋବିନ୍ଦ ଫାଉଣ୍ଡେସନ ଜମ୍ଭରା,କେନ୍ଦୁଝର ତରଫରୁ ଏକ ସମାଜସେବା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ହାଟଡ଼ିହି ତହସିଲ ଅଫିସ ନିକଟସ୍ଥ ଅଭିନବ ମଞ୍ଚରେ ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ଅଧ୍ୟକ୍ଷତା ସଭାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ମୁଖ୍ୟ ଅତିଥିତ୍ୱ ଓ ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ସମ୍ମାନୀତ ଅତିଥୀଙ୍କ ଉପସ୍ଥିତି ଓ କର କମଳରେ ହାଟଡିହୀ,ବଞ୍ଚୋ,ଅକରୁଆ,ପଞ୍ଚଗୋଛିଆ,ସୁଲଣ ଆଦି ପଞ୍ଚାୟତର ୨୦୦ରୁ ଉର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ତତ୍ ସଂଗେ ସଂଗେ କେତେକ ମହାନ ସମାଜସେବୀ ଲୋକ ପ୍ରତିନିଧି ଭାଗୀରଥି ସେଠୀ ଓ ବିଭିନ୍ନ ଖବରକାଗଜ ତଥା ଦୂରଦର୍ଶନ ପ୍ରତିନିଧି ଯଥା ଗୋପାଳ କୃଷ୍ଣ ରାଉତ-ସମାଜ ,ସୁନୀଲ କୁମାର ନାୟକ- କ୍ରାନ୍ତୀଧାରା,ସତ୍ୟରଞ୍ଜନ ଦାଶ- ଓଡ଼ିଆ ଖବର,ପ୍ରୀତିରଞ୍ଜନ ବେହେରା-ଆର୍ଗସ ଟିଭି,ପ୍ରଫୁଲ୍ଲ ମହାନ୍ତି-ଡି ଡି ନ୍ୟୁଜ,ସ୍ବପ୍ନେଶ୍ବର ପଣ୍ଡା-କଳିଙ୍ଗ ନ୍ୟୁଜ,ମୁନା ସିଂ-ଓଟିଭି,ରାଜେନ୍ଦ୍ର ପ୍ରସାଦ ଦାଶ-ଏମ ବି ସି,ନାରାୟଣ ସାହୁ-ଜି କଳିଙ୍ଗ,ମୁନା ମହାନ୍ତି-ଓଡିଶା ଏକ୍ସପ୍ରେସ,ବିଜୟ ଜେନା-ଧରିତ୍ରୀ ,କିଶୋର ଆଚାର୍ଯ୍ୟ-ସମ୍ବାଦଙ୍କୁ ରାଧାଗୋବିନ୍ଦ ସମ୍ମାନ ସନନ୍ଦରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱର ସାମ୍ବାଦିକ ତଥା ସୁସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିବାବେଳେ ଶୁଭାକାଂକ୍ଷୀ ଓ କାର୍ଯ୍ୟକ୍ରମ ପରିଚାଳକ ସୁରେନ୍ଦ୍ର ମଲ୍ଲିକ,ଅରୁପ ରାଉତ,ସୁଶାନ୍ତ ଜେନା,ଜୀବନ ମହାନ୍ତି,ରାଜ କିଶୋର ପରିଡା,ମୁକେଶ କୁମାର,ପୁରୁଷୋତ୍ତମ ମହାନ୍ତି,ଦେବରାଜ ହାତୀ,ସ୍ମୃତିରଞ୍ଜନ ରାଉତ,ସୋମନାଥ ଦାସ, ସୁଦର୍ଶନ ସାହୁ,ରାଜକିଶୋର ମହାନ୍ତି ଓ କୈଳାଶ ଜେନାଙ୍କୁ ପ୍ରଶଂସିତ କରିଥିଲେ । ସର୍ବଶେଷରେ ଶିକ୍ଷକ ନଳିନୀକାନ୍ତ ମହାନ୍ତି ଅତିଥି ଅଧିକାରୀ ଓ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement