ପୁରୁଷୋତ୍ତମପୁର,୧୧/୧୨,(ଡି.ଏଚ/ସୁଦାମ ମହାରଣା) : କେନ୍ଦ୍ର ଓରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ସ୍ବଚ୍ଛ ଭାରତ ମିଶନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ବାର୍ଥ ନ୍ୟସ୍ତ କର୍ମଚାରୀ ଯୋଗୁଁ ତାହା ଫଳପ୍ରଦ ହୋଇପାରୁନଥିବା ଏଭଳି ଅଭିଯୋଗ ଆଣିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଟଙ୍କାଛାଇ ଗ୍ରା.ପ.ର ଆମ୍ବିଳାପଲ୍ଲୀ “ମହିଳା ଅଧିକାର ମଞ୍ଚ” ତରଫରୁ ଗ୍ରାମର ପାନୀୟ ଜଳ ସମସ୍ୟା ତଥା ସ୍ୱଚ୍ଛ ଭାରତ ମିଶନ (ଗ୍ରାମିଣ) ଜରିଆରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ପାଇଖାନା ଗୁଡିକର ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚାଳ ମହାନ୍ତିଙ୍କ ଅନୁପସ୍ଥିତରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ-୧,ସରୋଜ ଦାସଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସୂଚନା ନୁସାରେ ଆମ୍ବିଳାପଲ୍ଲୀ ଗ୍ରାମର ନୂଆ ସାହରେି ୧୦୦ଗୋଟି ପରିବାର ଅର୍ଥାତ ୫୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିବା ବେଳେ ପାନୀୟ ଜଳ ଯୋଗାଣ ପାଇଁ ଦୀର୍ଘ୬ମାସ ତଳେ ଏକ ନଳକୂପ ଖନନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟ କ୍ଷମ ହୋଇ ନାହିଁ।ଗ୍ରାମ୍ୟ ଜଳଯୋଗାଣ ଅନ୍ୟ ସାହିକୁ ଯୋଗାଣ ହୋଉଥିବା ବେଳେ ଏହି ନୂଆ ସାହିକୁ ହୋଉନାହି। ଯାହା ଫଳରେ ଆଜି ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିକ୍ରିୟାରେ ସଂପୃକ୍ତ ଅଧିକାରୀ କହିଛନ୍ତି, ସେ ଏହି ସ୍ଥାନରେ ପନ୍ଦର ଦିନ ଜଇନ କରିଛନ୍ତି ତେଣୁ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ ନଳକୂପ ସ୍ଥାପନ ୪ ଦିନ ମଧ୍ୟରେ ସମାଧାନ ହେବା ସହ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ଉଚିତ ତଦନ୍ତ କରି ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଆଶ୍ୱାସନା ଦେଇଥିଲେ ।
ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପିର ବରିଷ୍ଠ ନେତା ଅରୁଣ କୁମାରପଣ୍ଡା ,ୟୁଥଫର ସୋସିଆଲ ଡେଭଲଫମେଣ୍ଟ (ଓ୍ୱ।ଇ. ଏସ୍.ଡି) ସ୍ୱଚ୍ଛାସେବୀ ସ୍ଂସ୍ଥାର ସଂଯୋଜକ ଅଭିରାମ କହଁର ,ପୂଜାଗୌଡ,ବିଳାସିନିଭୋଳ,ଝୁମିରୀଗୌଡ,ଲକ୍ଷ୍ମୀ ବେହେରା, ପଞ୍ଚୁଗୌଡ,ସୂଲତା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

















