Friday, November 20, 2026
ADVERTISEMENT
Home ଆଞ୍ଚଳିକ ମୋ ସରକାର ଯୋଜନା ନାମମାତ୍ର : ବିନା ଲାଞ୍ଚରେ କାମ ହୁଏନା, ଲାଞ୍ଚ ନେଲାବେଳେ...

ମୋ ସରକାର ଯୋଜନା ନାମମାତ୍ର : ବିନା ଲାଞ୍ଚରେ କାମ ହୁଏନା, ଲାଞ୍ଚ ନେଲାବେଳେ ଭିଜିଲାସନ୍ସ ବାନ୍ଧିଲେ ପୀଇଓଙ୍କୁ

316
ADVERTISEMENT

ବ୍ରହ୍ମପୁର,୯/୧୨(ଡି.ଏଚ/ହିମାଂଶୁ ପାଢୀ)-: ମୋ ସରକାର ଯୋଜନା ହେଲା କିନ୍ତୁ ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେବା ନିଶା ଛାଡ଼ୁନି । ବେଲଗୁଣ୍ଠା ବ୍ଲକ୍ ଉଧୁରା ପଚାଂତୟର ପିଇଓ ମନୋଜ କୁମାର ସାହୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଗ୍ରାମପଂଚାୟତର ଅସ୍ଥାୟୀ ପିଅନ ଭାବେ ଥିବା ପାଣୁଚରଣ ସେଠୀଙ୍କ ଠାରୁ ୨ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମନୋଜ । ପାଣୁଙ୍କର ଦରମା ବୃଦ୍ଧି ସଂପର୍କରେ ଜିପି ବୈଠକରେ ଉପସ୍ଥାପନ କରିବା ପାଇଁ ସେ ଲାଂଚ ଦାବି କରିଥିଲେ । ଏହି ବାବଦରେ ପାଣୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇବା ସହ ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଏକ ଟିମ୍ ତାଙ୍କ କାର୍ଯ୍ୟାଳୟରେ ରହିଥିଲେ । ମନୋଜ ପାଣୁଙ୍କ ଠାରୁ ଟଙ୍କା ନେବା ପରେ ତାକୁ ଧରି ନେଇଥିଲେ ଭିଜିଲାନ୍ସ ଟିମ୍ । ବର୍ତମାନ ତାଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟରେ ଜେରା ପରେ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Advertisement