ଟ୍ରାଫିକ ନିୟମକୁ ନେଇ ପୁଣି ଚର୍ଚ୍ଚା

264
ADVERTISEMENT

ପଦ୍ମପୁର,୯/୧୨/ଡି.ଏଚ/ରାକେଶ କୁମାର ଦାଶ) : ରାଜ୍ୟରେ ଅଜବ ଟ୍ରାଫିକ ନିୟମକୁ ନେଇ ପୁଣି ଚର୍ଚ୍ଚା । ସରକାର ନୂତନ ମୋଟର ଆଇନ ପ୍ରଣୟନ ପରେ ସମସ୍ତଙ୍କ ମଧ୍ୟରେ ଏକ ଛନକା ପଶି ଯାଇଥିଲା ହେଲେ ରାଜ୍ୟ ସରକାର ପ୍ରଥମେ ତିନିମାସ ଓ ପରେ ପୁଣି ତିନି ମାସ ନିୟମ କୋହଲ ପରେ ଲୋକେ ଆଶ୍ବସ୍ତି ହେଇଛନ୍ତି । ହେଲେ ଏଥର କେବଳ କାଗଜପତ୍ର ପାଇଁ ନିୟମ କୋହଲ ହୋଇଥିଲା । ତେବେ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ମହୁପାଲି ଛକ ରେ ଏକ ଅଜବ ଧରଣ ଟ୍ରାଫିକ ନିୟମ କୁ ଚାଳାଣା କଟିଛି । ଗତ ୨ ତାରିଖ ପଦ୍ମପୁର ପୋଲିସ ପକ୍ଷରୁ ମହୁଲପାଲି ଛକରେ ଚେକିଙ୍ଗ ସମୟରେ ଏକ ହାଇଓ୍ବା (OD17F7527) ଠାରୁ ସିଟବେଲଟ ପିନ୍ଧିନଥିବା ଏବଂ ହେଲମେଟ ପିନ୍ଧି ନଥିବା ଯୋଗୁଁ ଦୁଇ ହଜାର ଟଙ୍କା ଫାଇନ କଟାଯାଇଥିଲା । ତେଵେ ସିଟ ବେଲ୍ଟ ପାଇ ଏକ ହଜାର ଓ ହେଲମେଟ ପାଇ ମଧ୍ୟ ଏକ ହଜାର ଚାଳାଣ କଟିଛି । ତେଵେ ସରକାରଙ୍କ ଏହି ନୂଆ ଟ୍ରାଫିକ ନିୟମ ଏବେ ସାରା ରାଜ୍ୟରେ ଚର୍ଚ୍ଚାରବିଷୟ ପାଳଟିଛି । ତେଵେ ଏଭଲି ସରକାରଙ୍କ ନିୟମ ଯୋଗୁ ସାଧାରଣ ଜନତା ବହୁ ହଇରାଣ ହେଉଛନ୍ତି, ଅନ୍ୟପଟେ ପୋଲିସ ମାନଙ୍କ ଖାମଖିଆଲି ମନୋଭାବଯୋଗୁଁ ଲୋକ ଆହୁରି ହଇରାଣ ହେଉଛନ୍ତି ।

Advertisement