କୋରାପୁଟ,୯/୧୨/ଡି.ଏଚ/ଦୟାନିଧି ପଟନାୟକ ) : କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅନ୍ତର୍ଗତ ଦୁଲାଗୁଡା ଫୁଟବଲ୍ ପଢ଼ିଆ ଠାରେ ଆଜି ଆନ୍ତଃରାଷ୍ଟୀୟ ଫୁଟବଲ୍ ଟୁର୍ନାମେଣ୍ଟ ଅନ୍ତିମ ଦିନ ଖେଳରେ ବଲାଙ୍ଗିର୍ ବାନମ ଝାଡଖଣ୍ତ ମଧ୍ୟରେ ଖେଳାଯାଇଥିଲା । ଏଠାରେ ଝାଡଖଣ୍ତ ଦଳକୁ ପରାସ୍ତ କରି ଓଡିଶାର ବଲଙ୍ଗିର ଦଳ ବିଜୟ ହୋଇଛି । ଏଠାରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଏବଂ ଓଡିଆ ଚଳଚିତ୍ର ଯଗତର ବୈଶାଳୀ ଚଳଚିତ୍ରର ନାୟୀକା ସୁମନ ପ୍ରୀୟା ସନମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କାର ପ୍ରଧାନ କରିଥିଲେ । ଅନ୍ୟାନ ଅତିଥି ଭାବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କୋରାପୁଟ ମହିଳ କଂଗ୍ରେସ ସଭାନେତ୍ରୀ ନଳୀନି ରଥ, ଅଶୋକ କୁମାର ଗନ୍ତାୟତ , ଭାନୁ ଧୋର, ରାମ ପାଡୀ , କେ.ସୁଧାକର ରାଓ, ଗୋପାଳକୃଷ୍ଣ ମୋହାପତ୍ର, ବୋରିଗୁମ୍ମା ଥାନ ଅଧିକାରୀ , ଚନ୍ଦ୍ର ଶେଖର ମୋହନ୍ତି, ଏବଂ ଭଗବାନ ଦିସାରି ପ୍ରମୁଖ ଉପସ୍ଥିତ ଥିଲେ । ଖେଳ ଆୟଜକ ହେଲେ :-ଚନ୍ଦ୍ରଶେଖର ରାଓ( ବାବୁବୀ) ଏବଂ ଅାଫୁ ଖାନଙ୍କ ନେତୃତ୍ୱରେ ଆନ୍ତଃରାଷ୍ଟ୍ରୀୟ ଖେଳ ଆୟଜିତ ହୋଇଥିଲା ।



















