Friday, November 20, 2026
ADVERTISEMENT
Home ଆଞ୍ଚଳିକ ଛତ୍ରପୁର ମହୋତ୍ସବ ଅନ୍ତିମ ଦିନରେ ଝୁମାଇଲେ ଋତୁରାଜ

ଛତ୍ରପୁର ମହୋତ୍ସବ ଅନ୍ତିମ ଦିନରେ ଝୁମାଇଲେ ଋତୁରାଜ

416
ADVERTISEMENT

ବ୍ରହ୍ମପୁର,୯/୧୨(ଡି.ଏଚ/ଇ.ରଂଜନ) : ଛତ୍ରପୁର ଠାରେ ଚାଲିଥିବା ମହୋତ୍ସବ-୨୦୧୯ର ରବିବାର ପଞ୍ଚମ ସନ୍ଧ୍ୟା ତଥା ଉଦଯାପନ ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା ରକ୍ ଷ୍ଟାର ଋତୁରାଜ ମହାନ୍ତିଙ୍କ ଗୀତ ଯାଦୁରେ ଝୁମିଲେ ହଜାର ହଜାର ଦର୍ଶକ । ନିଜର କଣ୍ଠରେ ବହୁ ହିନ୍ଦୀ ଓ ଓଡ଼ିଆ ଗୀତରେ ଲୋକଙ୍କୁ ମତୁଆଲା କରିଥିଲେ । ମହୋତ୍ସବର ପଂଚମ ସନ୍ଧ୍ୟାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥୀଭାବେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଅବସରପ୍ରାପ୍ତ ସଂସ୍କୃତି ବିଭାଗର ସହାୟକ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁନମୁନ ସିଂ ପରିଚାଳନା କରିଥିଲେ ।

ସେହିପରି ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ,ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରି ଶର୍ମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି।
ଅନ୍ୟପଷେ ଦ୍ବିତୀୟ ଥର ପାଇଁ ସଫଳଭାବେ ଏହି ଲୋକକଳା ମହୋତ୍ସବ ଉଦଯାପନ ହୋଇଥିବାରୁ ଛତ୍ରପୁର ବାସୀ ତଥା ଉତ୍ସବକୁ ଉପଭୋଗ କରିବାକୁ ଆସିଥିବା ଅତିଥି ମାନେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଓ ଛତ୍ରପୁର ବିଧାୟକ ସୁବାଶ ବେହେରାକୁଂ ରିଅଲ ହିରୋ ବୋଲି ଆଖ୍ୟା ଦେଇଛନ୍ତି। ଦୁହିଁଙ୍କୁ ଯାଗୁଁ ଏହି ଉତ୍ସବ ଛତ୍ରପୁରରେ ଗୌରବାନ୍ବିତ ହୋଇପାରିଥିବା ଚର୍ଚ୍ଚା ହେଉଛି।

Advertisement