Friday, November 20, 2026
ADVERTISEMENT
Home ଆଞ୍ଚଳିକ ଅନ୍ତରାଜ୍ୟ ଫୁଟବଲ ମ୍ୟାଚ୍

ଅନ୍ତରାଜ୍ୟ ଫୁଟବଲ ମ୍ୟାଚ୍

645
ADVERTISEMENT

ବାଲିଗୁଡା୯/୧୨/ଡି.ଏଚ/ସୁରେଶ ପଣ୍ଡା) : ବାଲିଗୁଡା ଉପଖଣ୍ଡ କ୍ରିଡା ସଂସଦ ପକ୍ଷରୁ ସ୍ଥାନିୟ ବିଜୁପଟ୍ଟନାୟକଙ୍କ ମିନିଷ୍ଟାଣ୍ଡିୟମ ଠାରେ ରବିବାର ଠାରୁ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ପ୍ରଥମ ଦିନର ଉଦଘାଟନ ମ୍ୟାଚକୁ ସ୍ଥାନିୟ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଣଜିତଙ୍କ ସହ ଡି,ଏଫ୍,ଓ , ସ୍ଥାନିୟ ବିଡିଓ , ଥାନା ଭାର ପ୍ରାତ୍ପ ଥାନା ଅଧିକାରିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଅଛି। ଏହି ଖେଳ ୮ଦିନ ଧରି ଚାଲିବ। ଖେଳରେ ମୋଟ ୮ଟି ଜିଲ୍ଲାର ୮ଟି ଦଳ ଭାଗ ନେଇଛନ୍ତି । ପ୍ରଥମ ଦିନ ଖେଳରେ ବଲାଙ୍ଗିର ସହ କଟକ ଆଠଗଡ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳ ର୍ନିଘଣ୍ଟ ସମୟ ମଧ୍ୟରେ ଉଭୟ ଦଳ ୧/୧ ଗୋଲରେ ସମୟ ଶେଷ ହେବାପେର ପେନାଲଡିକ୍ ସୁଟ୍ ଆଉଟ୍ରେ ଆଠଗଡ, ବଲାଙ୍ଗିରକୁ ହରାଇ ବିଜୟ ହେବା ସହ ଆସନ୍ତା କାଲି ଅନ୍ୟଏକ ଦଳ ସହ ଖେଳିବା ନେଇ ଚୂଡାନ୍ତ ଘୋଷଣା କରାଯାଇଥିଲା।

Advertisement