ପାରଳାଖେମୁଣ୍ଡି,୮/୧୨(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସନ୍ତା ଡିସେମ୍ବର ୨୪ ତାରିଖରେ ହେବାକୁ ଥିବା ଜାତୀୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ସମ୍ମାନନୀୟ ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ଶ୍ରୀଯୁକ୍ତ ହରିହର ନାୟକ, ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ଥିଲେ।
ଶିଶୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ,ଶିଶୁ ଅଧିକାର ଉଲଂଘନ ହେଉଥିବା ଅଭିଯୋଗ ଉପରେ ଆସନ୍ତା ୨୪ ତାରିଖ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କର ଜନ ଶୁଣାଣୀ ଶିବିର କିପରି ପ୍ରତେକ ଗ୍ରାମରେ ପହଞ୍ଚିବ ତାହାରି ଉପରେ ଆଲୋଚନା ହେବା ସହ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଗୋଷ୍ଠୀ ଅଧିକାରୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରଚାର ପାଇଁ ତିଆରି ହୋଇଥିବା ପୋଷ୍ଟର ଓ ଲିଫ୍ ଲେଟର ଏବଂ ସୂଚନା ପତ୍ର ଉନ୍ନଚନ ହୋଇଥିଲା। ହେବାସହ ଆସନ୍ତା ଜନ ଶୁଣାଣୀ ଶିବିର କିପରି ଲୋକାଭିମୁଖି ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଏହି ଶିଶୁ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ବୋର୍ଡ ଅଧ୍ୟକ୍ଷ ଶୁଭଶ୍ରୀ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା। ଅଧିକାରୀ ଗୋନୁରାଣୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ମୋହନା ଥାନା ଏସଡିପିଓ, କାଶିନଗର ଥାନା ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।














