Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଡିଡିୟୁ-ଜିକେଔଇର ଅଭିଭାବକ ସମ୍ମିଳନୀ ବାଲିଗୁଡା,

ଡିଡିୟୁ-ଜିକେଔଇର ଅଭିଭାବକ ସମ୍ମିଳନୀ ବାଲିଗୁଡା,

373
ADVERTISEMENT

ବାଲିଗୁଡ଼ା,୮/୧୨(ଡି.ଏଚ/ବାଳକୃଷ୍ଣ ପାଢି) :.କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ  ଉପାସନା ଏଜୁକେଶନ ଟ୍ରଷ୍ଟ ପରିସର ମଧ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ତରଫରୁ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ବିକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଜୀବିକା ମିଶନର ବସନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ରାମସିଂ ପାତ୍ର, ସୁଶାନ୍ତ କୁମାର ବସ୍ତି ପ୍ରମୁଖ ଯୋଗ ଦେଇ ତାଲିମ ନେଉଥିବା ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହ ସମସ୍ତ ଗ୍ରାମୀଣ ବେକାର ଯୁବତୀ ମାନେ ଏହି ଯୋଜନାରେ ସାମିଲ ହେବା ପରେ ନିଜର ଦକ୍ଷତାର ପରିପ୍ରକାଶ କରିବା ସହ ରୋଜଗାର କ୍ଷମ ହୋଇପାରିବେ ବୋଲି ଅତିଥି ମାନେ କହିଥିଲେ l ଏଥିରେ 70ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇ ନିଜ ନିଜର ଅନୁଭୁତି ଓ ସଫଳତା ବିଷୟରେ କହିଥିଲେ l ଅନୁଷ୍ଠାନ ର ପ୍ରଶିକ୍ଷକ ଗାନ୍ଧୀ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ l ଶେଷରେ ସେଣ୍ଟର ପରିଚାଳକ ପ୍ରଭାକର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Advertisement