ବାଲିଗୁଡା,୭।୧୨(ଡି.ଏଚ/ସୁରେଶ ପଣ୍ଡା ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ କେ.ବି.ହିଷ୍ଟ ମହାବିଦ୍ୟାଳୟ ପରିସର ମଧ୍ୟରେ ଇନଷ୍ଟିଚୁଟ ଫର ସୋସିଆଲ ଡେଭେଲମେଣ୍ଟ(ଆଇ.ଏସ.ଡି.)ତରଫରୁ ବ୍ଲକ ସ୍ତରୀୟ ମହିଳା ହିଂସା ବିରୋଧୀ ଯୁବ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଇ.ଏସ.ଡି.ର ପ୍ରକଳ୍ପ ସଂଯୋଜକ ଅଭିଷେକ ବ୍ରହ୍ମl, ବ୍ଲକ ସଂଯୋଜକ ରଞ୍ଜିତ କୁମାର ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରାଜ୍ୟରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଯୁବ ଗୋଷ୍ଠୀ ଦ୍ୱାରା ହିଁ କିପରି ରୋକା ଯାଇପାରିବ, ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ l ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା,ମହିଳା ହିଂସା ବିରୋଧୀ ଅଭିଯାନରେ ଅଧିକରୁ ଅଧିକ ଯୁବ ଗୋଷ୍ଠୀ ତିଆରି କରି ମହିଳା ମାନଙ୍କ ଉପରେ ଅତ୍ୟାଚାରକୁ କମାଇ ପାରିବା l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରି ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ଦିଗରେ ଶପଥ ନେଇଥିଲେ l


















