କୁକୁଡାଖଣ୍ଡି,୬/୧୨(ଡି.ଏଚ/ଈ.ରଞ୍ଜନ ): ଦିଗପହଣ୍ଡି ଥାନା ଅନ୍ତଗତ ମହୁରୀ କାଳୁଆ ମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନ ୪.୩୦ ରେ ଏକ ସଡକ ଦୁଘଟଣାରେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକ ଜଣକ ବ୍ରହ୍ମପୁରର ଜଣେ ଆଇନଜୀବିଙ୍କ ପୁଅ ରୋହିତ ମହାପାତ୍ର ବୋଲି ଜଣାପଡିଛି। ନିଜର କିଛି ସାଗଂ ମାନକଂ ସହ ୩ଟି ଗାଡିରେ ରୋହିତ ମହୁରୀକାଳୁଆ ପୀଠକୁ ବଣ ଭୋଜି କରିବାକୁ ଆସିଥିଲେ। ଅପରାହ୍ନରେ ନିଜ ବାଇକ (ଓଡି୦୭ଏକ୍ସ ୩୬୬୬)ଯୋଗେ ଫେରିବା ସମୟରେ ମନ୍ଦିର ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ରୋହିତ ପଡିଯାଇଥିଲେ।ଫଳରେ ତାକଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାକଂ ମୃତ୍ୟୁ ଘଟିଥିଲା। ବାଇକ ପଛରେ ବସିଥିବା ରୋହିତକଂ ସାଗଂ ମଧ୍ୟ ଆହାତ ହୋଇଥିବା ଜଣାପଡିଛି। ଘଟଣାର ୩୦ମିନଟ ପରେ ମଧ୍ୟ ଆମ୍ବୁଲାନ୍ସ ପହଞି ନଥିବାରୁ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ସ୍ଥାନରେ କୈଣସି ଦୁଘଟଣା ଘଟିଲେ ମଧ୍ୟ ଆମ୍ବୁଲାନ୍ସ ବିଳମ୍ବରେ ହିଁ ପହଞୁଥିବା ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି।


















