Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ସ୍ତରୀୟ ୫୬ ତମଗୃହରକ୍ଷୀ ଦିବସ ପାଳିତ

ଗଜପତି ଜିଲ୍ଲା ସ୍ତରୀୟ ୫୬ ତମଗୃହରକ୍ଷୀ ଦିବସ ପାଳିତ

344
ADVERTISEMENT

ପାରଳାଖେମୁଣ୍ଡି,୬/୧୨(ଡି.ଏଚ/ ପ୍ରଭାତ କୁମାର ପାତ୍ର ) : ଆଜି ଗୃହରକ୍ଷୀ ଦିବସ ପାଳିତ ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠ ବେତଗୁଡା ଠାରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଏକ ପେରଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧକ୍ଷକ ସାରା ଶର୍ମା ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ସେ ଗୃହରକ୍ଷୀ ମାନଙ୍କର ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏବଂ ବିପର୍ଯ୍ୟୟ ସମୟରେ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅବଦାନ ରହିବ ବୋଲି ସେ କହିଥିଲେ ସେହି ପରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠନ କରିଥିଲେ । ଏହି ଅବସରରେ ଏକ ଚିତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ASP ସିତାରାମ ଶତପଥୀ କୋମଣ୍ଡେନ ଧରଣୀଧର ହୋନାଗା SDPO ପି କେ ଜେନା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚଦ୍ର ପାତ୍ର ପ୍ରମୁଖ ଉପସ୍ଥିତି ଥିଲେ।

Advertisement