Sunday, September 6, 2026
ADVERTISEMENT
Home ମନୋରଞ୍ଜନ ବଲିଉଡର ଏହି ସୁପରଷ୍ଟାର ଚିହ୍ନି ହେଉନାହିଁ

ବଲିଉଡର ଏହି ସୁପରଷ୍ଟାର ଚିହ୍ନି ହେଉନାହିଁ

310
ADVERTISEMENT

ମୁମ୍ବାଇ, ୨୨/୬(ଏଜେନ୍ସି) : ବିଗ୍‌ ବି ଅମିତାଭ ବଚ୍ଚନ ନୀଳ ପାଇଜାମା, ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢ଼ି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ ନିଜେ ସୋଶାଲ୍‌ ମିଡ଼ିଆରେ ଶେଆର କରିଛନ୍ତି। ଯାହାକୁ ଦେଖିବା ପରେ ସମସ୍ତେ ଦ୍ୱନ୍ଦରେ ପଡ଼ି ଯାଇଛନ୍ତି। ଏବେ ବଲିଉଡ୍‌ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଂ ଲକ୍ଷ୍ନୌରେ ଚାଲିଛି। ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅମିତାଭ ଯେଉଁ ଲୁକ୍‌ ଶେଆର କରିଛନ୍ତି ସେସବୁ ମଧ୍ୟ ଉକ୍ତ ଫିଲ୍ମର। ଏହା ଏକ କମେଡି ଫିଲ୍ମ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ରହୁଥିବା ଭଡ଼ା ଘରର ମାଲିକ ଭୂମିକାରେ ଅମିତାଭ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି ସୋଜିତ୍‌ ସରକାର। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଛି।

Advertisement