Friday, November 20, 2026
ADVERTISEMENT
Home ଆଞ୍ଚଳିକ କେବଳ ତଣ୍ଡରୁ ବର୍ତିବା ପାଇଁ ନୁହେଁ ‘ହେଲମେଟ’ ଆରୋହୀର ଜୀବନ ରକ୍ଷାକାରୀ ହେଉ

କେବଳ ତଣ୍ଡରୁ ବର୍ତିବା ପାଇଁ ନୁହେଁ ‘ହେଲମେଟ’ ଆରୋହୀର ଜୀବନ ରକ୍ଷାକାରୀ ହେଉ

290
ADVERTISEMENT

ହିିଞ୍ଜିଳିକାଟୁ,୫।୧୨:(ଡି.ଏଚ/ଶେଷଦେବ ସାହୁ): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସଂଶୋଧିତ ପରିବହନ ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ଡ଼୍ରାଇଂଭି ଲାଇସେନ୍ସ ଓ ପଲ୍ୟୁସନ ପ୍ରଭୃତି କାଗଜପତ୍ର ପ୍ରସ୍ତୁତି ପାଇଁ ପୁଣି ୩ମାସ ରିହାତି ଦିଆଯାଇଥିଲେ ମଧ୍ୟ ସବୁଠି ଟ୍ରାଫିକ ନିୟମକୁ କଡ଼ାକଡ଼ା କାର୍ଯ୍ୟକାରୀ କରାଯାଉଛି । ନିୟମ ଉଲଂଘନକାରୀ ଗାଡ଼ି ଚାଳକଙ୍କ ଠାରୁ ମୋଟା ଅଙ୍କା ଜୋରିମାନା ଆଦାୟ ସହ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଉଛି । ତେବେ ଯାଂଚ ବେଳେ ଦୁଇ ଚକିଆ ଯାନ ଆରୋହୀଙ୍କ ଦୃତ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା, ହେଲମେଟ ନପିନ୍ଧିବା, ଗୋଟିଏ ବାଇକ୍ରେ ୩ଜଣ ଯାତ୍ରା କରିବା ପ୍ରଭୃତି ନିୟମ ଉଲଂଘନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଭାଗ ପକ୍ଷରୁ ଏହି ଯାଂଚ ହେବା ଦ୍ୱାରା ଗଂଜାମ ଜିଲ୍ଲାର ଅନ୍ୟାନ ସହର ତୁଳନାରେ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଜନସାଧାରଣ ଖୁବଶୀଘ୍ର ସଚେତନ ହୋଇଯିବା ଭଳି ଲକ୍ଷ୍ୟ କରାଯାଉଛି । ଟ୍ରାଫିକ୍ ପଂଏଟ କିମ୍ବା ସହରର କୌଣସି ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ ଗାଡ଼ି ମୋଟର ତନଖି କରାଯାଉଥିବା ସ୍ଥାନରେ ଯାଂଚରୁ ବର୍ତିବା ପାଇଁ ମୋଟର ସାଇକେଲ ଆରୋହୀ ମାନେ ଯେ କୌଣସି ମତେ ହେଲମେଟଟିଏ ଯୋଗାଡ଼ରେ ଲାଗିପଡ଼ୁଛି । ଏହାର ସୁଯୋଗ ନେଇ ସହରର ଯେଉଁଠି ସେଇଠି ଛତୁଫୁଟିବା ଭଳି ହେଲମେଟ୍ ଦୋକାନ ଖୋଲାଯାଇଛି ।

Advertisement