Friday, November 20, 2026
ADVERTISEMENT
Home ଆଞ୍ଚଳିକ ବେଲଘର ସରକାରୀ ଉଚ୍ଚ ଵିଦ୍ୟାଳୟର ଛାତ୍ରଙ୍କ ବ୍ଲକ ଘେରାଉ ଘଟଣା : ଶିକ୍ଷକ ପଦବୀ ପୁରଣ...

ବେଲଘର ସରକାରୀ ଉଚ୍ଚ ଵିଦ୍ୟାଳୟର ଛାତ୍ରଙ୍କ ବ୍ଲକ ଘେରାଉ ଘଟଣା : ଶିକ୍ଷକ ପଦବୀ ପୁରଣ ନିମନ୍ତେ ପ୍ରତିଶୃତି ଦେଲେ ବି.ଡି.ଓ

310
ADVERTISEMENT

କୋଟଗଡ଼,୫।୧୨:(ଡି.ଏଚ/ନଳୀନି କାନ୍ତ ମିଶ୍ର) ; ତୁମୁଡିବନ୍ଧ ବ୍ଲକ ବେଲଘର ଗ୍ରାମପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ, ଜ଼ିଲ୍ଲା କନ୍ଧମାଳ ଓ ଅନୁସୂଚିତ ଜନ ଜାତି ଓ ଅନୁସୁଚିତ୍ତ ଜାତି ୟୁନୟନ ବିଭାଗ ଓଡିଶା ସରକାର l ଗତକାଲି ତା 04/12/2019ରିଖ ରାତ୍ର 2 ଘଣ୍ଟା ସମୟରେ ନବମ ଶ୍ରେଣୀର 47 ଛାତ୍ର ଓ ଅଷ୍ଟମ ଶ୍ରେଣୀର 7ଜଣ ଛାତ୍ର ବେଲଘର ଠାରୁ ବାହାରି ନିଘଞ୍ଚ ଜଙ୍ଗଲରେ ଚାଲି ଚାଲି ଆସି ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଫିସ ସାମ୍ନାରେ ସକାଳ 5 ଟାରେ ପହଂଚି ଧାରଣାରେ ବସି ଥିଲେ l ସେମାଙ୍କର ଦାବି ଥିଲା ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ବ୍ୟାଘାତ ଘଟୁଛି ଏହା ଶୁଣିବା ପରେ ପଞ୍ଚାୟତ ସମିତିର ଅଫିସର ମାନେ ଛାତ୍ର ମାନଙ୍କୁ ବୁଝା ସୁଝା କରି ସେମାନଙ୍କୁ ବେଲଘର ସ୍କୁଲକୁ ଆଣି ଥିଲେ ଓ ସଙ୍ଗେ ସଙ୍ଗେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସହଦେଵ ବେହେରା କନ୍ଧମାଳ l ଓ ପିଏ, ଆଇ,ଟି, ଡ଼ି, ଏ ସବ କଲେକଟର ବାଲିଗୁଡା ଓ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦୟାନିଧି ନାୟକ ଓ କାର୍ଯ୍ୟ ବାହୀ B. D. O ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମୁର୍ମୁ ଓ ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ପାତ୍ର ଓ G.P.O ଶ୍ରୀଯୁକ୍ତ ଭୀମସେନ ସାହୁ ଓ ମଙ୍ଗଳ ସମ୍ପ୍ରଶାରଣ ଅଧିକାରୀ ବୃନ୍ଦାବନ ମହାପାତ୍ର ଓ ଗୋଷ୍ଟି ସମାଜ କଲ୍ୟାଣ ଅଧିକାରୀ ପ୍ରଦୀପ ବଳିଆରସିଂ ସମସ୍ତ ଷ୍ଟାଫ ମିଶି ବେଲଘର ସ୍କୁଲକୁ ଯାଇ ଛାତ୍ର ମାନଙ୍କୁ ଆପସ ବୁଝାମଣା କରିଥିଲେ ଓ ସ୍କୁଲର ସୁବିଧା ଅସୁବିଧା ପଚାରି ବୁଝିଥିଲେ l

Advertisement