Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଜଙ୍ଗଲରେ ଗୁଳି ଫୁଟିଲା

ଜଙ୍ଗଲରେ ଗୁଳି ଫୁଟିଲା

320
ADVERTISEMENT

ଫୁଲବାଣୀ, ୨୨/୬(ଦୁନିଆ ହାଲଚା)-ଖଜୁରିପଡା ବ୍ଲକ ସଦର ଥାନା ମାଣିଶ୍ୱର ଜଙ୍ଗଲରେ ଫୁଟିଛି ଗୁଳି । ଫୁଟିଥିବା ଗୁଳି ଆସି ଜଣେ ଯୁବକଙ୍କ ଗୋଡରେ ବାଜିଛି। ଗୁରୁତର ଯୁବକ ହେଲେ ଶଗଡକୁଟି ଗ୍ରାମର ସନାତନ କହଁର(୪୦)। ଗୁଳିମାଡର କାରଣ ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି। ମିଳିଥିବା ସୁଚନା ଅନୁଯାୟୀ, ସନାତନ ତାଙ୍କ ସ୍ତ୍ରୀ ସୁଷମାଙ୍କ ସହ ଶୁକ୍ରବାର ଅପରାହ୍ନରେ ଜଙ୍ଗଲକୁ କାଠ କାଟିବାକୁ ଯାଇଥିଲେ। ସେଠାରେ କେହି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ କରିଥିଲେ। ଗୁଳି ଦୁଇଟି ସନାତନଙ୍କ ଦୁଇ ଗୋଡରେ ବାଜିଥିଲା। ସ୍ତ୍ରୀ ସୁଷମା ଗ୍ରାମବାସୀଙ୍କୁ ଏ ନେଇ ଖବର ଦେଇଥିଲେ। ଗ୍ରାମବାସୀ ଏକ ଅଟୋରେ ସନାତନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisement