Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବିଭିନ୍ନ ସ୍ଥାନରେ ଭିନ୍ନ କ୍ଷମ ଦିବସ : ମହରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୁର୍ତିଙ୍କୁ ଅଣଦେଖା

ବିଭିନ୍ନ ସ୍ଥାନରେ ଭିନ୍ନ କ୍ଷମ ଦିବସ : ମହରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୁର୍ତିଙ୍କୁ ଅଣଦେଖା

286
ADVERTISEMENT

ମୋହନା,୪।୧୨:(ଡି.ଏଚ /ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ମହରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଯାଇଛି ଭିନ୍ନକ୍ଷମ ଦିବସ । ଛାତ୍ରଛାତ୍ରମାନେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ଏଥିରେ ଭିନ୍ନ କ୍ଷମ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ୍ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ସ୍ଥାନୀୟ ମହରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଯାଇଛି ଭିନ୍ନକ୍ଷମ ଦିବସ । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବିନ୍ଦ୍ର ନାଥ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିପିଇଓ ନରସିଂହ ମାଣ୍ଡାଙ୍ଗି, ସମ୍ମାନିତ ଅତିଥିଭାବେ ସନ୍ତୋଷ ନାୟକ, ପରିଚାଳନା ସମିତି ସମ୍ପାଦକ ଦଣ୍ଡାସି ସାହୁ, ବନବିଭାଗର କର୍ମଚାରୀ ସନ୍ତୋଷ ବିଷୋୟୀରତ୍ନ, ଶିକ୍ଷାବିତ୍ ମଧୁସୁଦନ ପାଢୀ, ମାର୍ଶଲ ନାୟକ, ଶୁଷମା ମଳିକ ପ୍ରମୁଖ ଯୋଗ ଦେଇଥିଲେ । ତେବେ ସବୁଠାରୁ ବିଡମ୍ବନା ହେଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ଥିବା ଜିଲ୍ଲାର ଏକମାତ୍ର ଏହି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ମହରାଜାଙ୍କୁ ଅଣଦେଖା କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ବିଦ୍ୟାଳୟ ପରିସରରେ ଥିବା ମହାରଜାଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟଟିଏ ମଧ୍ୟ ଦିଆଯାଇନଥିବା ଦେଖିବାକୁ ମିଳିଛି ।

Advertisement